LIVE TV
LIVE TV

ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

NEWS7
five-odia-workers-were-rescued-from-silkyara-tunnel

ଭୁବନେଶ୍ବର ୪।୧୨: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ମାତ୍ର ୧୭ ମିନିଟ୍ ଚାଲିଲା ଗୃହ କାର୍ଯ୍ୟ । ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବା ସମୟରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସି କଂଗ୍ରେସ ସଦସ୍ୟ ମାନେ ନାରାବାଜି କରିଥିଲେ । ବେସରକାରୀ କାର୍ଯ୍ୟ ଦିବସରେ ସୁଯୋଗ ନ ଦିଆଯିବାରୁ ହଟ୍ଟଗୋଳ କରିଥିଲେ ବିରୋଧୀ କଂଗ୍ରେସ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ଘୋଷଣା । ଦିନ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।