ରାୟପୁର ମୈଦାନରେ ଭାରତ ହାରିନି ODI, ବାଭୁମା-ମହାରାଜଙ୍କ କମ୍‌ବ୍ୟାକ୍‌ରେ ଦ.ଆଫ୍ରିକା ସ୍ଥିତି ମଜବୁତ

NEWS7
five-independent-mlas-in-maharashtra-extend-support-to-bjp

ଛଡିଶଗଡ ୦୩/୧୨ : ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଭାରତ । ଶୁଭମନ ଗିଲ ଆହତ କାରଣରୁ ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ଖେଳିବ ଟିମ ଇଣ୍ଡିଆ । ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ କୋହଲି ଓ ରୋହିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଆଜି ଦୁଇ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ତେବେ କୋହଲି, ରୋହିତ ଭଲ ଫର୍ମରେ ଥିବାରୁ ଭାରତର ପଲ୍ଲା ଭାରୀ ରହିଛି । ସେପଟେ ଦକ୍ଷିଣ ଆଫ୍ରିକା ଟିମକୁ ଫେରିଛନ୍ତି ଟିମ ବାମା ଓ କେଶବ ମହାରାଜ। ତେଣୁ ପୂର୍ବ ଅପେକ୍ଷା ଭ୍ରମଣକାରୀ ଦଳ ଭଲ ପଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ ସମୀକ୍ଷକ । ଅନ୍ୟପକ୍ଷରେ, ଟିମ୍ ଇଣ୍ଡିଆ ଋତୁରାଜ ଗାୟକୱାଡ କିମ୍ବା ୱାଶିଂଟନ ସୁନ୍ଦରଙ୍କୁ ବେଞ୍ଚ କରିପାରିବ।