ଗଭୀର ସମୁଦ୍ରରେ ଓଲଟିଲା ମାଛଧରା ବୋଟ୍, ଭଗ୍ନାଂଶକୁ ଧରି ଦୁଇ ଦିନ ଭାସି ରହିଲେ ୪ ମତ୍ସ୍ୟଜୀବୀ

Published By : Prameya-News7 Bureau | August 28, 2025 IST

ବାସୁଦେବପୁର ୨୮।୮: ଗଭୀର ସମୁଦ୍ରରେ ମାଛ ଧରୁଥିବା ସମୟରେ ଅଘଟଣ । ଜୋର ପବନରେ ଓଲଟିଲା ମାଛଧରା ବୋଟ୍ । ଅଳ୍ପକେ ବର୍ତ୍ତିଲେ ବୋଟ୍‌ରେ ଥିବା ୪ ମତ୍ସ୍ୟଜୀବୀ ।

ସୂଚନାଯୋଗ୍ୟ ଯେ, ଚୂଡ଼ାମଣି ଅଂଚଳର ମା’ ହିଡିମ୍ବା ନାମକ ବୋଟ୍ ନେଇ ୨୧ ତାରିଖରେ ଚୂଡ଼ାମଣି ଅଂଚଳର ୪ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ।  ମାଛ ଧରୁଥିବା ସମୟରେ ୨୪ ତାରିଖରେ ସମୁଦ୍ରରେ ଜୋର ପବନ ଦେଇଥିବା ବେଳେ ବୋଟ୍‌ଟି ଓଲଟି ପଡିଥିଲା । ଫଳରେ ଉକ୍ତ ବୋଟ୍‌ରେ ଥିବା ମତ୍ସ୍ଜୀବୀ ମାନେ ବୋଟ୍‌ରୁ ସମୁଦ୍ରକୁ ଡେଇଁ ପଡିବ ସହ ବୋଟ୍‌ର ଭଗ୍ନାଂଶକୁ ଧରି ୨ ଦିନ ଭାସି ଭାସି ରହିଥିଲେ । ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଜଣେ ମତ୍ସ୍ୟଜୀବୀକୁ ପ୍ରଥମେ ଉକ୍ତ ସ୍ଥାନରୁ ଚାଲିଯିବାକୁ କହିଥିଲେ । ବୁଧବାର ସନ୍ଧ୍ୟାରେ ବୋଟ୍ ମାଲିକ ଖବର ପାଇବା ପରେ ସମୁଦ୍ର କୂଳରେ ବନିଗଛ ନିକଟରେ ଅସୁସ୍ଥ ହୋଇ ପଡ଼ିଥିବା ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ବୋଟ୍ ସହିତ ଯୋଗାଯୋଗ କରିଥିଲେ । ରାତିରେ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବାସୁଦେବପୁର ଡାକ୍ତରଖାନା ପଠାଇଥିଲେ । ସମୁଦ୍ରରେ ଅଖିଆ ୨ ଦିନ ରହିବା ଫଳରେ ସାମାନ୍ୟ ଅସୁସ୍ଥ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 

You Can Read:

ଭିତରକନିକା ଜାତୀୟ ଉଦ୍ୟାନରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ ଯାଏଁ ପକ୍ଷୀ ଗଣନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.