ବୈପାରୀଗୁଡା ୯।୫: ଦ୍ବିତୀୟ ପତ୍ନୀଙ୍କ ଟାଙ୍ଗିଆ ଚୋଟରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ । ମୃତକ ୪ ମାସର ଗର୍ଭବତୀ ଥିଲେ । କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦରାପୁଟ ଗ୍ରାମରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦ୍ବିତୀୟ ପତ୍ନୀ ଏବଂ ସ୍ବାମୀଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗତ ୧୦ ବର୍ଷ ହେବ ସ୍ୱାମୀ ବିନୋଦ ବାଇକଙ୍କ ଉଭୟ ସ୍ତ୍ରୀ ଗୋଟିଏ ଘରେ ରହୁଥିଲେ l କିନ୍ତୁ ଗୁରୁବାର ରାତିରେ ପ୍ରଥମ ପତ୍ନୀ ସତ୍ୟବତୀ ବାରିକ ଶୋଇଥିବା ବେଳେ ଦ୍ବିତୀୟ ପତ୍ନୀ ବୈଜୟନ୍ତୀ ବାଇକ୍ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି l ହତ୍ୟାକାଣ୍ଡର ପ୍ରକୃତ କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ଛାଡ଼ପତ୍ର ଓ ଭରଣପୋଷଣ ମାମଲାରେ ଟେଲି ଅଭିନେତା ଗିରଫ, ଜାମିନ ପ୍ରଦାନ କଲେ କୋର୍ଟ