ପ୍ରଥମ ଥର ହାଇଟେକ୍‌ ସୁରକ୍ଷାରେ ୩୮ ଦିନିଆ ହେବ ଅମରନାଥ ଯାତ୍ରା : ୫୮,୦୦୦ ଯବାନ , ଜାମର ଓ ଡ୍ରୋନ୍‌ ହେବ ମୁତୟନ

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ନିକଟରେ ହୋଇଥିବା ଆତଙ୍କବାଦୀ ହମଲା ପରେ ସରକାର ଅମରନାଥ ଯାତ୍ରାର ସୁରକ୍ଷା ବଢାଇବାକୁ ବିଚାର କରୁଛନ୍ତି। ଉଚ୍ଚ ପଦସ୍ତ ସୂତ୍ରାନୁସାରେ କୁହାଯାଇଛି ଯେ, ପ୍ରଥମ ଥର ଅମରନାଥ ଯାତ୍ରା ରୁଟ୍‌ରେ ଜାମର ଓ ଡ୍ରୋନ୍‌ର ମୁତୟନ କରିବାକୁ ନିଷ୍ପତ୍ତି କରାଯାଇଛି। ଏହା ବ୍ୟତୀତ ପାଖାପାଖି ୫୮,୦୦୦ଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)ର ଯବାନ ଅମରନାଥ ଯାତ୍ରା ରୁଟ୍‌ରେ ତୀର୍ଥଯାତ୍ରୀଙ୍କର ସୁରକ୍ଷା କରିବେ। ପବିତ୍ର ଗୁମ୍ଫା ମନ୍ଦିର ଓ ବାବା ବର୍ପାନୀଙ୍କ ଦର୍ଶନ ପାଇଁ ଏହିଥର ଅମରନାଥ ଯାତ୍ରାକୁ କମାଇ ୩୮ ଦିବସୀୟ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏଏନଆଇ ମୁତାବିକ, ଏହି ୩୮ ଦିବସୀୟ ତୀର୍ଥଯାତ୍ରା ବେଳେ ଅମରନାଥ ଯାତ୍ରାର ସୁରକ୍ଷା ପାଇଁ ୫୮୧ଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) କମ୍ପାନୀ , ଜାମର ଓ ଡ୍ରୋନର ବହୁତ ମୁତୟନ କରାଯିବ। ଏକ କମ୍ପାନୀରେ ପାଖାପାଖି ୧୦୦ରୁ ୧୨୪ ଷ୍ଟାଫ୍ ଥାନ୍ତି। ଏହି ଅନୁସାରେ CAPF ର ପାଖାପାଖି ୫୮୦୦୦ଜଣ ଯବାନଙ୍କ ମୁତୟନ କରାଯିବ। ଏତେ ବଡ଼ ସ୍ତରରେ ସୁରକ୍ଷା ବ୍ୟବସ୍ଥାର ଉଦ୍ଦେଶ୍ୟ ପବିତ୍ର ଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ଯାତ୍ରାର ସୁରକ୍ଷା ସୁନିଶ୍ଚିତ କରିବା। ୨୨ ଅପ୍ରେଲରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଅମରନାଥ ଯାତ୍ରାର ସୁରକ୍ଷା ହାଇଟେକ୍ ଓ କଡ଼ାକଡ଼ି କରିବାର ନିଷ୍ପତ୍ତି ନିଆ ଯାଇଛି।  ପହଲଗାମରେ ଏହି ଆତଙ୍କୀ ହମଲା୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇ ଥିଲା।

ଉଚ୍ଚସ୍ତରୀୟ ସରକାରୀ ସୂତ୍ରାନୁସାରେ, ଏହିଥର ଅମରନାଥ ଯାତ୍ରା ୩ ଜୁଲାଇରୁ ୯ଅଗଷ୍ଟ ମଧ୍ୟରେ ହେବ। ପ୍ରଥମ ଥର ଏହି ଯାତ୍ରା ୩୮ ଦିନର ହେବ। ସେ କହିଛନ୍ତି ଯେ, ତୀର୍ଥଯାତ୍ରୀଙ୍କ ଏକ୍ସୋର୍ଟ ଯାଉଥିବା ବେଳେ ସର୍ବାଧିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଯାତ୍ରା ମାର୍ଗ  ଓ ରାଷ୍ଟ୍ରୀୟ ରାଜମାର୍ଗ ଆଡ଼କୁ ଯାଉ ଥିବା ସବୁ ସଡ଼କକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆ ଯିବ। ଏହି ଉପାୟ ଗୁଡ଼ିକ ବ୍ୟତୀତ , ବ୍ୟାପକ ମୁତୟନ ରୂପେ ମାର୍ଗକୁ ସୁରକ୍ଷିତ ଓ ସଫା କରିବା ପାଇଁ ରୋଡ୍‌ ଓପନିଂ ପାର୍ଟି (ଆରଓପି), ବିପଦ ଉପରେ ତତ୍କାଳ ପ୍ରତିକ୍ରିୟା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦଳ(କ୍ୟୁଏଟି), ବୋମା ନିଷ୍କ୍ରିୟକାରୀ ଦଳ (ବିଡିଏସ) ବିସ୍ଫୋରକଗୁଡ଼ିକୁ ଚିହ୍ନଟ ଏବଂ ଏହାକୁ ନିଷ୍କ୍ରିୟ କରିବେ। ଏହା ବ୍ୟତୀତ K9 ୟୁନିଟ୍ (ବିଶେଷ ତାଲିମପ୍ରାପ୍ତ ସନ୍ଧାନୀ କୁକୁର) ଏବଂ ଡ୍ରୋନ୍‌ର ବ୍ୟବହାର କରି ତୀର୍ଥଯାତ୍ରୀଙ୍କ କନଭଏରେ ସ୍ଥଳ ଓ ଆକାଶରୁ ନଜର ରଖାଯିବ।

ସୂତ୍ରାନୁସାରେ , ଏହି ବ୍ୟବସ୍ଥା ଅମରନାଥ ଗୁମ୍ଫା ମନ୍ଦିର ଯାଏ ଯାଉଥିବା ପହଲଗାମ ଓ ବାଲଟାଲ ଉଭୟ ମାର୍ଗରେ ଲାଗୁ ହେବ। ଏହି ବର୍ଷର ଯାତ୍ରା ଗତ ବର୍ଷର ୫୨ ଦିନର ତୀର୍ଥଯା୍ତ୍ରାର ତୁଳନାରେ କମ୍‌। ଅଧିକାରୀମାନେ କହିଛନ୍ତି ଯେ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ଜିରୋରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.