ଚଳନ୍ତା 'ଆମ ବସ୍‌'ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଅନେକ ଯାତ୍ରୀ

Published By : Prameya-News7 Bureau | May 06, 2025 IST

ଭୁବନେଶ୍ୱର ୦୫।୦୫ : ଆମ ବସ୍‌ରେ ଲାଗିଲା ନିଆଁ । ଭୁବନେଶ୍ୱର ରେଳଷ୍ଟେସନରୁ ନନ୍ଦନକାନନ ଯାଉଥିବା ୧୧ ନମ୍ବର ରୁଟ୍‌ରେ ଯାଉଥିବା ଆମ୍‌ ବସ୍‌ରେ ଲାଗିଲା ନିଆଁ । ବସ୍‌ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ଅନେକ ଯାତ୍ରୀ ।

ଖବର ଅନୁଯାୟୀ, ଭୁବନେଶ୍ୱର ରେଳଷ୍ଟେସନରୁ ନନ୍ଦନକାନନ ଯାଉଥିବା ୧୧ ନମ୍ବର ବସ୍‌ । ଏହି ସମୟରେ ହଠାତ୍‌ ବସ୍‌ରୁ ଧୁଆଁ ବାହାରିଥିଲା । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତେବେ ଚଳନ୍ତାରେ ବସ୍‌ରେ ଧୁଆଁ ବାହାରୁଥିବା ଦେଖି ଡ୍ରାଇଭର ଜଣଙ୍କ ଗାଡ଼ିକୁ ରାସ୍ତା କଡ଼ରେ ଛିଡା କରିଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ବସ୍‌ରୁ ବାହାରିବାକୁ କହିଥିଲେ । ସମସ୍ତ ଯାତ୍ରୀ ବସ୍‌ରୁ ବାହାରିଥିଲେ । ତେବେ ବସ୍‌ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଲାଗି ଅନେକ ଯାତ୍ରୀ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.