Live Live
LIVE

ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ, ଗତବର୍ଷ ତୁଳନାରେ ବଢିଛି କୁମ୍ଭୀରଙ୍କ ସଂଖ୍ୟା

NEWS7
fire-breaks-out-in-shoe-factory-in-uttar-pradesh

ଭୁବନେଶ୍ୱର ୧୦/୦୩: ଖୁସି ଖବର । ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା । ରାଜ୍ୟରେ ବର୍ତ୍ତମାନ ୨୧୯୩ ଟି କୁମ୍ଭୀର ରହିଛନ୍ତି ଯାହାକି ଗତବର୍ଷ ତୁଳନାରେ ୪.୫୪ ପ୍ରତିଶତ ବୃଦ୍ଧି ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ସାତକୋଶିଆ ଏବଂ ଟିକରପଡା ଠାରେ ୬୫ ସଂଖ୍ୟକ କୁମ୍ଭୀର ଏବଂ ୨୨ ଗୋଟି ଶାବକ ଅଛନ୍ତି ।

also read..

ପାନୀୟ ଜଳ ପ୍ରସଙ୍ଗରେ ଶାସକ-ବିରୋଧୀ ଆମ୍ନାସାମ୍ନା, ପରସ୍ପରକୁ କଲେ କଡ଼ା ଆକ୍ଷେପ

ଚଳିତ ବର୍ଷ (୨୦୨୫-୨୬) ଗଣନା ଅନୁଯାୟୀ ରାଜ୍ୟରେ ୨୪,୯୦,୯୮୬ ସଂଖ୍ୟକ ପକ୍ଷୀ ମାନଙ୍କର ଆଗମନ ହୋଇଅଛି । ଚଳିତ ବର୍ଷ ଗଣନାରେ କୌଣସି ବିରଳ ପ୍ରଜାତିର ନୂଆ ପକ୍ଷୀଙ୍କର ଚିହ୍ନଟ ହୋଇନାହିଁ । କିନ୍ତୁ ଚିଲିକାରେ ୨ ଗୋଟି ନୂତନ ପକ୍ଷୀ ଏବଂ ହୀରାକୁଦ ଜଳଭଣ୍ଡାରରେ ୫ ଗୋଟି ନୂତନ ପକ୍ଷୀର ଚିହ୍ନଟ ହୋଇଅଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।