ଉଠାଦୋକାନରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Published By : Prameya-News7 Bureau | February 03, 2025 IST

କୋଣାର୍କ ୦୩/୦୨: କୋଣାର୍କ ମନ୍ଦିର ସାମ୍ନାରେ ବସିଥିବା ଉଠାଦୋକାନରେ ଲାଗିଲା ନିଆଁ । ନିଆଁ ଲାଗି ୧୩ ଦୋକାନ ପୋଡି ପାଉଁଶ। ନିଆଁ ଲାଗିବା କାରଣ ଅସ୍ପଷ୍ଟ ଥିବା ବେଳେ କୋଣାର୍କ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଏକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ । 

ସୂଚନାଥାଉକି, କୋଣାର୍କ ମନ୍ଦିରକୁ ଯିବା ବାଟରେ ପ୍ରାୟ ସହ ସହ ଉଠା ଦୋକାନୀ ବସି ଦୀର୍ଘ ଦିନ ହେବ ଵେବସାୟ କରିଆସୁଛନ୍ତି । କିନ୍ତୁ ହଠାତ୍ ରବିବାର ରାତି ଗୋଟାଏରେ ଲାଗିଯାଇଥିଲା ନିଆଁ । ନିଆଁ ଲାଗିବା ପରେ କୋଣାର୍କ ଚମ୍ପା ହାର ଅଗ୍ନିଶମ ବିଭାଗକୁ କିଛି ଦୋକାନୀ ଫୋନ କରିଥିଲେ । ପରେ ଏକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ । ସେତବେଳକୁ ପ୍ରାୟ ୧୩ ଗୋଟି ଦୋକାନ ପୋଡି ପାଉଁଶ ହୋଇଯିବା ସହ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ଯାଇଛି।  

you can also read..

ଫେବ୍ରୁଆରୀ ପହିଲାରୁ ତାତି ଅସମ୍ଭାଳ, ଆଉ ରାତିରେ ହେବନି ଶୀତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.