S&P ଗ୍ଲୋବାଲ ସଷ୍ଟେନେବିଲିଟି ଇୟର ବୁକ୍ ୨୦୨୬ରେ ପାରାଦ୍ୱୀପ ଫସଫେଟସ୍

NEWS7
fire-at-power-substation-in-london

ବେଙ୍ଗାଲୁରୁ ୨୪।୨: ପାରାଦ୍ୱୀପ ଫସଫେଟସ୍ (ପିପିଏଲ) କୁ ଏସ୍ ଆଣ୍ଡ ପି ଗ୍ଲୋବାଲ ସଷ୍ଟେନେବିଲିଟି ଇୟର ବୁକ୍ ୨୦୨୬ରେ ସଷ୍ଟେନେବିଲିଟି ଇୟର ବୁକ୍ ସଦସ୍ୟ ରୂପେ ମନୋନୟନ କରାଯାଇଛି। ଏହା ସହିତ ଇୟର ବୁକ୍ ରେ ସ୍ଥାନ ପାଇବାରେ ଏହା ଭାରତର ଏକମାତ୍ର ସାର କମ୍ପାନୀ ପାଲଟିଛି। ଇୟର ବୁକ୍ ୨୦୨୬ ସେହି କମ୍ପାନୀଙ୍କୁ ମାନ୍ୟତା ଦେଇଛି ଯେଉଁମାନେ ନିଜ ଉଦ୍ୟୋଗରେ ପରିବେଶ, ସାମାଜିକ ଓ ସୁଶାସନ (ଇଏସଜି) ମାନକରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି।

୨୦୨୫ର କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଣ୍ଟ (ସିଏସଏ)ରେ ୯,୨୦୦ରୁ ଅଧିକ କମ୍ପାନୀଙ୍କ ମୂଲ୍ୟାଙ୍କନ କରାଯାଇଥିଲା। ଏଥିରେ ୫୯ଟି ଉଦ୍ୟୋଗରେ ୮୪୮ କମ୍ପାନୀ ୨୦୨୬ ସଂସ୍କରଣରେ ନିଜର ସ୍ଥାନ ସ୍ଥିର କରିପାରିଛନ୍ତି। ପିପିଏଲର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସୁରେଶ କୃଷ୍ଣନ କହିଛନ୍ତି ଯେ ‘ଏହି ସମ୍ମାନ ଏକ ଦାୟିତ୍ୱବାନ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ଉଦ୍ୟମର ନିର୍ମାଣ ପାଇଁ ଆମର ଦୀର୍ଘ କାଳୀନ ଦୃଷ୍ଟିକୁ ଦର୍ଶାଉଛି। ଫସଫେଟିକ୍ ସାର ଉଦ୍ୟୋଗରେ ଅଗ୍ରଣୀ କମ୍ପାନୀ ଭାବେ ଆମେ ସଷ୍ଟେନେବିଲିଟିକୁ ଭାରତର କୃଷି ପ୍ରଗତି ଓ ଜାତୀୟ ବିକାଶର ଅଭିନ୍ନ ଅଙ୍ଗ ମନେ କରୁଛୁ’।

କମ୍ପାନୀର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ଅଧିକାରୀ ରାଜୀବ ନାମ୍ବିୟାର କହିଛନ୍ତି ଯେ ‘ପିପିଏଲରେ ସଷ୍ଟେନେବିଲିଟି ଆମର ପୁରା ଭାଲ୍ୟୁ ଚେନ୍ ରେ ମିସିକି ରହିଛି , ହୁଏତ ଏହା ସୁଶାସନ ଢାଞ୍ଚାକୁ ମଜଭୁତ କରିବା ହେଉ ଅଥବା ପରିଚାଳନା ଦକ୍ଷତା ବଢାଇବା ହେଉ ଆମ ସହ ଅଙ୍ଗାଅଙ୍ଗି ଜଡିତ’। ପିପିଏଲ ଭାରତର ପ୍ରମୁଖ ଫସଫେଟିକ୍ ସାର କମ୍ପାନୀ ମଧ୍ୟରୁ ଅନ୍ୟତମ। ଏହାର ପ୍ଲାଣ୍ଟ ଓଡିଶାର ପାରାଦ୍ୱୀପ ସମେତ ଗୋଆ, ମାଙ୍ଗାଲୁର ଓ ମହାଡରେ ରହିଛି।

କମ୍ପାନୀ ଡିଏପିର ବିଭିନ୍ନ ଏନପିକେ ଗ୍ରେଡ ଯେପରି ଏନ-୧୦, ଏନ-୧୨, ଏନ-୧୪, ଏନ-୧୯, ଏନ-୧୦ ଓ ଏନ-୨୮ ସହିତ ୟୁରିୟା ଏବଂ ଏସଏସପିର ଉତ୍ପାଦନ କରିଥାଏ। କମ୍ପାନୀ ଉତ୍ପାଦିତ ସାରକୁ ‘ଜୟ କିସାନ ନବରତ୍ନ’ ଓ ‘ଜୟ କିସାନ ମଙ୍ଗଳ’ ବ୍ରାଣ୍ଡରେ ବିପଣନ କରିଥାଏ।