LIVE TV

ସେପ୍ଟେମ୍ବରରେ ଓଡ଼ିଶାରେ ଅନ୍ୟ ତୁଳନାରେ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡିଛି ଜିଓ: ଟ୍ରାଇ

NEWS7
fir-against-kohlis-pub-one8-commune-in-bengaluru-police-action

ଭୁବନେଶ୍ୱର: ଗ୍ରାହକଙ୍କ ଅତୁଳନୀୟ ବିଶ୍ୱାସ ଏବଂ ଏହାର ଅତ୍ୟାଧୁନିକ ପ୍ରଯୁକ୍ତି ସମ୍ପନ୍ନ ୪ଜି ଓ ଟ୍ରୁ ୫ଜି ନେଟୱାର୍କକୁ ସୁଦୃଢ଼​​କରି, ଜିଓ ଓଡ଼ିଶାରେ ଏକ ନମ୍ବର ତଥା ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଚମତ୍କାର ଅଭିବୃଦ୍ଧି ଜାରି ରଖିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୨୫ରେ ଓଡ଼ିଶାରେ ଏକ ଲକ୍ଷ ୯୬ ହଜାରରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବାବେଳେ, ଏହା ପଛକୁ ଦ୍ଵିତୀୟ ସ୍ଥାନରେ ରହିଥିବା ଭୋଡାଫୋନ ଆଇଡ଼ିଆ ମାତ୍ର ୭,୯୮୦ ଜଣ ଗ୍ରାହକ ଯୋଡିଛି। ଉଭୟ ଏୟାରଟେଲ୍ ଏବଂ ବିଏସଏନଏଲ ଏହି ସମୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ମାସରେ ଓଡ଼ିଶାରେ ଜିଓ ଯୋଡିଥିବା ନୂଆ ଗ୍ରାହକ ସଂଖ୍ୟା ଏହି ମାସରେ ସମସ୍ତ ଅପରେଟରଙ୍କ ଦ୍ୱାରା ରାଜ୍ୟରେ ଯୋଡି ହୋଇଥିବା ମୋଟ ନୂତନ ମୋବାଇଲ୍ ଗ୍ରାହକ ସଂଖ୍ୟା ତୁଳନାରେ ଅଧିକ ରହିଛି । ଜିଓର ଉତ୍କୃଷ୍ଟ ନେଟୱାର୍କ ଅନୁଭୂତି ଏବଂ ଡିଜିଟାଲ୍ ଇକୋସିଷ୍ଟମ ପ୍ରତି ଗ୍ରାହକଙ୍କ ଦୃଢ଼ ବିଶ୍ୱାସର ପ୍ରମାଣ ସ୍ୱରୂପ ଏହା ସେପ୍ଟେମ୍ବର ମାସରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅପରେଟର ତୁଳନାରେ ୨୪ ଗୁଣ ଅଧିକ ନୂତନ ଗ୍ରାହକ ଯୋଡିଛି। ଏଥିସହିତ, ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଏକ କୋଟି ୬୭ ଲକ୍ଷ ଅତିକ୍ରମ କରିଛି ଏବଂ ଏହା ଓଡିଶା ଟେଲିକମ ବଜାରରେ ୪୬.୮ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ଏହି ମାଇଲଖୁଣ୍ଟ ସାରା ରାଜ୍ୟରେ ଜିଓର ବ୍ୟାପକ ୪ଜି ଓ ୫ଜି କଭରେଜ ଏବଂ ବିଶେଷକରି ଓଡ଼ିଶାର ଗ୍ରାମୀଣ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ହଜାର ହଜାର ୨ଜି ଗ୍ରାହକଙ୍କୁ ୪ଜି କୁ ଅପଗ୍ରେଡ୍ କରିବାରେ ସକ୍ଷମ କରିଥିବା ଅତି-ସୁଲଭ ଜିଓଭାରତ ୪ଜି ଫୋନ ଦ୍ୱାରା ସମ୍ଭବ ହୋଇଛି।

ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷ ୮୮ ହଜାର ବୃଦ୍ଧିପାଇ ୩୦ ସେପ୍ଟେମ୍ବର, ୨୦୨୫ ସୁଦ୍ଧା ୩ କୋଟି ୫୮ ଲକ୍ଷ ଅତିକ୍ରମ କରିଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ସର୍ବାଗ୍ରେ ରହିବା ସହିତ ସେପ୍ଟେମ୍ବର ୨୦୨୫ ରେ ୩୨.୪୯ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡି ଭାରତର ସର୍ବବୃହତ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ସ୍ଥିତିକୁ ଆହୁରି ମଜବୁତ କରିଛି।

ଜିଓ ୱାୟାରଲାଇନ୍ ଏବଂ ସ୍ଥିର ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ ) କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ି ହୋମ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଏହାର ପ୍ରାଧାନ୍ୟ ବିସ୍ତାର କରିଛି। ଅପାର ଲୋକପ୍ରିୟତା ହାସଲ କରିଥିବା ଜିଓ ଫାଇବର ଏବଂ ଜିଓଏୟାରଫାଇବର ବଳରେ ଜିଓ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ୬ ଲକ୍ଷରୁ ଅଧିକ ଘର ଓ ପରିସରକୁ ଅତ୍ୟାଧୁନିକ ହାଇସ୍ପିଡ଼ ହୋମ୍ ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରଦାନ କରିଛି। ଏଥିରେ ସେପ୍ଟେମ୍ବର ୨୦୨୫ ସୁଦ୍ଧା ୩.୩୮ ଲକ୍ଷ ଜିଓଫାଇବର ଉପଭୋକ୍ତା, ୨.୪୩ ଲକ୍ଷ ୫ଜି ଏଫଡବ୍ଲୁଏ ବା ଜିଓଏୟାରଫାଇବର ଉପଭୋକ୍ତା ଏବଂ ୩୧,୦୦୦ ରୁ ଅଧିକ ୟୁବିଆର ଏଫଡବ୍ଲୁଏ ଉପଭୋକ୍ତା ରହିଛନ୍ତି।

ଏହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ସର୍ବପ୍ରଥମ ପଦ୍ଧତି ସହିତ, ଜିଓ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ କ୍ରାନ୍ତିକୁ ଆଗେଇ ନେଇ ଚାଲିଛି। ଜିଓଏୟାରଫାଇବର ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ସହିତ ଶେଷ ମାଇଲ୍ ଫାଇବର କନେକ୍ଟିଭିଟି ଚ୍ୟାଲେଞ୍ଜକୁ ଦୂର କରି ସହର ଉପକଣ୍ଠ ଏବଂ ଗ୍ରାମାଞ୍ଚଳରେ ଘର ଓ ଛୋଟ ବ୍ୟବସାୟକୁ ଅତ୍ୟାଧୁନିକ ଯୋଗାଯୋଗ ସଂଯୋଗ ଉପଲବ୍ଧ କରାଇବାର ମାଧ୍ୟମ ହୋଇଛି। ଏହା ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ୮୦୦ ରୁ ଆଧିକ ଟିଭି ଚ୍ୟାନେଲ୍, ୧୧ ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ସହିତ ନିରବଛିନ୍ନ ଯୋଗାଯୋଗ ସଂଯୋଗ ପ୍ରଦାନ କରୁଛି ଯାହା ଡିଜିଟାଲ୍ ଯୁଗରେ ଆଗକୁ ବଢିବା ପାଇଁ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଗୁଡିକୁ ସଶକ୍ତ କରୁଛି।