'ସଡ଼କ ନିୟମ ମାନିବା, ଜୀବନ ସୁରକ୍ଷିତ ରଖିବା', ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ନୂଆ ନିୟମ

NEWS7
finance-minister-seeks-funds-cut-to-pak-from-asian-development-bank-government-sources

ଭୁବନେଶ୍ୱର ୦୬/୦୨: ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଜାନୁଆରୀ ୧ ରୁ ୩୧ ତାରିଖ ଯାଏଁ ମାସ ବ୍ୟାପୀ ଏହି ଅଭିଯାନ ଚାଲିବ। ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପଦ ଯାତ୍ରାରେ ପରିବହନ ବିଭାଗ, ଏନ୍ସିସି କ୍ୟାଡେଟ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଡ୍ରାଇଭର ଓ କଳାକାର ସାମିଲ ହୋଇଛନ୍ତି ।

 

କଳାକାର ମାନେ ଚନ୍ଦ୍ରଗୁପ୍ତ ଏବଂ ଯମରାଜ୍ ଭୂମିକାରେ ଅଭିନୟ କରି ଲୋକଙ୍କୁ ସଚେତନ କରାଉଛନ୍ତି । ମନ୍ତ୍ରୀ ବିଭୂତି ଭୂଷଣ ଜେନା, କୃଷ୍ଣ ମହାପାତ୍ର, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିଶନର ଅମିତାଭ ଠାକୁର, ଡିଜିପି ଯୋଗେଶ ବାହାଦୂର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ପରିହବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଆରମ୍ଭ ହୋଇଛି ଅଭିଯାନ । ଏହି ଅଭିଯାନରେ ଟ୍ୟାଗ୍‌ ଲାଇନ୍ ବି ରହିଛି । ଯେଉଁଥିଲେ କୁହାଯାଇଛି ଯେ, ସଡ଼କ ନିୟମ, ଟ୍ରାଫିକ ନିୟମ ସବୁ ଆମେ ମାନି ଚାଲିବା । ଅନ୍ୟମନସ୍କରେ ଗାଡ଼ି ନଚଳାଇ ସବୁଥିରେ ନଜର ରଖିବା । ପ୍ରତି ମୁହୂର୍ତ୍ତରେ ସତର୍କ ରହିବା, ଏଥିପ୍ରତି ଧ୍ୟାନ ଦିଅନ୍ତୁ ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ ।