ବାଲିଯାତ୍ରା ୨୦୨୫
LIVE TV

ଭୁବନେଶ୍ବରରେ ଆୟୋଜିତ ହେବ ଫିଲ୍ମ ସଂରକ୍ଷଣ କର୍ମଶାଳା, ଆସନ୍ତା ୧୨ରୁ ୧୯ ଯାଏଁ ଚାଲିବ

NEWS7
film-producers-association-and-odisha-government-meeting-end

ଭୁବନେଶ୍ବର ୧୦୧୧: ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ଓ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଫିଲ୍ମ ଆରକାଇଭସ୍ ପକ୍ଷରୁ ଫିଲ୍ମ ସଂରକ୍ଷଣ କର୍ମଶାଳା । ଏହି କର୍ମଶାଳା ଆସନ୍ତା ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ । ଏହି କର୍ମଶାଳାଟି ଫିଲ୍ମ ହେରିଟେଜ ଫାଉଣ୍ଡେସନ, ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଫିଲ୍ମ ଆରକାଇଭସ୍ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହେବାକୁ ଯାଉଛି । ତେଣୁ ପ୍ରାଚୀନ ଓଡ଼ିଆ ଫିଲ୍ମ ସଂରକ୍ଷଣ କରିବା କାର୍ଯ୍ୟ ଆରମ୍ଭ କରିଛି ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ଆଣ୍ଡ୍ ଦି ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଫିଲ୍ମ ଆରକାଇଭସ୍ (FIAF) । ଏ ନେଇ ଭୁବନେଶ୍ୱର ପ୍ରେସ୍ କ୍ଲବ୍ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ଫାଉଣ୍ଡର ଶିଭେନ୍ଦ୍ର ସିଂହ ଡୁଙ୍ଗରପୁର ସୂଚନା ଦେଇଛନ୍ତି ।

ଓଡ଼ିଆ ସିନେମା ବାବଦରେ ବହୁତ କମ୍ ଲୋକ ଜାଣନ୍ତି । ସବୁଠୁ ଦୁଃଖର ବିଷୟ ଓଡ଼ିଶାରେ ଫିଲ୍ମ ସଂରକ୍ଷଣ ନେଇ କୌଣସି ଜ୍ଞାନ ହିଁ ନାହିଁ । ଏପରିକି ଏନେଇ କୌଣସି ପଲିସି ମଧ୍ୟ ନାହିଁ । ଓଡ଼ିଆ ଫିଲ୍ମ ମାୟା ମୃଗ ଜାପାନର ଓଜୋମ ଫିଲ୍ମ ସହ ସମାନ । ତେଣୁ ଓଡ଼ିଆ ଫିଲ୍ମ ସଂରକ୍ଷଣ ନେଇ ସଚେତନତା ଜରୁରୀ । ଏଥିପାଇଁ ଭୁବନେଶ୍ୱରରେ ଏକ କର୍ମଶାଳା ଆୟୋଜନ କରାଯାଉଛି । ୧୨ ତାରିଖରୁ ୧୯ ତାରିଖ କଳାଭୂମି ଠାରେ ଏହି କର୍ମଶାଳା ଆୟୋଜନ କରାଯାଇଛି ।

ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଉଦଘାଟନ କରିବେ । ଏଠାରେ ଫିଲ୍ମ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଅଭିନେତ୍ରୀ ଓ୍ବାହିଦା ରେହମାନ ମଧ୍ୟ ଯୋଗ ଦେବେ । ତେଣୁ ପ୍ରାଚୀନ ଓଡ଼ିଆ ଫିଲ୍ମ ସଂରକ୍ଷଣ ନେଇ ଏଠାରେ ସଚେତନତା କରାଯିବ । ଆମର ଲକ୍ଷ୍ୟ ସବୁ କୋଣ ଅନୁକୋଣରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ହେବା ।

ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ପ୍ରସ୍ତାବ ଦିଆଯାଇଛି । ଏଠି ଓଡ଼ିଆ ଫିଲ୍ମର ଏକ ଆରକାଇଭସ୍ ତିଆରି କରିବା ପାଇଁ ।  ରାଜ୍ୟର ସଂସ୍କୃତି ପ୍ରସାର ପ୍ରଚାର ପାଇଁ ଫିଲ୍ମ ପାଇଁ ଏକ ନିୟମ ରହିବା ଆବଶ୍ୟକ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଉଦଘାଟନୀ ଉତ୍ସବରେ ଅମିତାଭ ବଚ୍ଚନ ଭିସି ମାଧ୍ୟମରେ ରହିବେ ।