ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ : ଦାଦାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ପୁତୁରା

NEWS7
fifa-to-consider-expanding-world-cup-to-64-teams

ଢେଙ୍କାନାଳ ୧୭।୧୨: ଜମିବାଡ଼ି ବିବାଦରୁ ଦାଦାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟାକଲା ପୁତୁରା । ପ୍ରତିବାଦ କରିବାରୁ ମୃତକଙ୍କ ପତ୍ନୀ ଆକ୍ରମଣର ଶିକାର ହୋଇଛନ୍ତି । ଅଭିଯୁକ୍ତ ପୁତୁରାକୁ ଗିରଫ କରି ପୋଲିସର ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ହୁଣ୍ଡି ସାହିରେ ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଛି । ନିଜ ଦାଦାଙ୍କୁ ଠେଙ୍ଗାରେ ପିଟି ପିଟି ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଗୋବିନ୍ଦପୁର ହୁଣ୍ଡି ସାହିର ମାନସ ନାଏକ ବୋଲି ଜଣାପଡିଛି । ଆକ୍ରମଣ ବେଳେ ପ୍ରତିବାଦ କରିବାକୁ ଯାଇ ମୃତ ମାନସ ନାଏକଙ୍କ ପତ୍ନୀ ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି । ଜମିବାଡିକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ପୁତୁରା ବାନାମ୍ବର ନାଏକଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିଛି ପୋଲିସ ।