୪୨ରୁ ୨୨ ବିଭାଗର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର, ଆମେ କ’ଣ ବିକାଶ ଆଉ ଆଶା କରିବୁ ?

NEWS7
fifa-academy-inauguration-today-by-chief-minister

ଭୁବନେଶ୍ବର ୨୧।୨: ରାଜ୍ୟ ବଜେଟ୍‌କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ଶୁକ୍ରବାର ବଜେଟ୍ ଉପସ୍ଥାପନା ହୋଇଛି । ଗତବର୍ଷ ୨ ଲକ୍ଷ ୯୦ ହାଜର କୋଟି ଟଙ୍କା ବଜେଟ୍ ଥିଲା ଚଳିତ ବର୍ଷ ଏହା ୩ ଲକ୍ଷ ୧୦ ହାଜର କୋଟି ଟଙ୍କାରେ ପହଞ୍ଚିଛି । କିନ୍ତୁ ଦୁଃଖର କଥା ଗତବର୍ଷ ବଜେଟ୍‌ରେ ମୋଟ୍ ୫୭ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୫ ବର୍ଷରେ ପାଖାପାଖି ୧୭ ହାଜର କୋଟି ଟଙ୍କା ଅର୍ଥାତ ୪୩ ପ୍ରତିଶତ ଅର୍ଥ ସରକାର ଖର୍ଚ୍ଚ କରିପାରିବେ ତ ?

ଏ ଖବର ବି ପଢ଼ନ୍ତୁ:- ବିଲ ମଝିରେ ରକ୍ତାକ୍ତ ମୃତଦେହ, ଉପରେ ପଡ଼ିଛି ସାଇକେଲ୍

ରାଜ୍ୟ ସରକାରଙ୍କ ବଜେଟ୍ ଦେଖିବାକୁ ହାତୀ ଭଳି କିନ୍ତୁ ଖର୍ଚ୍ଚ କରିବାରେ ପିମ୍ପୁଡି ଭଳି । ମାସେ ଭିତରେ ବଳକା ଅର୍ଥ ବଜେଟ୍‌କୁ ଖର୍ଚ୍ଚ କରିବାକୁ କେତେ ଦୁର୍ନୀତି ହେବ ତାହା ରାଜ୍ୟବାସୀ ଚିନ୍ତା କରନ୍ତୁ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ । ବଜେଟ୍‌ରେ ସରକାର ମଣ୍ଡି ସମସ୍ୟାର ଉନ୍ନତି ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ବିଶ୍ୱବିଦ୍ୟାଳୟରେ ୫୦ ପ୍ରତିଶତରୁ ଅଧିକ ଅଧ୍ୟାପକ ନାହାନ୍ତି । ଚାରିଆଡେ ପିଇବା ପାଣି ପାଇଁ ବଡ ବଡ ପାଇପ ବିଛା ହୋଇଛି, ହାଜର ହାଜର କୋଟି ଖର୍ଚ୍ଚ ହେଉଛି କିନ୍ତୁ ଲୋକମାନେ ପାଣି ପାଉନାହାନ୍ତି । ଏସ୍‌ସି-ଏସ୍‌ଟି-ଓବିସିଙ୍କ ଉନ୍ନତି ପାଇଁ ଏହି ବଜେଟ୍ ସେଭଳି ସୁବିଧା ଦେଖାଯାଉନାହିଁ ।

ଏ ଖବର ବି ପଢ଼ନ୍ତୁ:- କେମିତି ହେଲା ମ୍ୟାନେଜରଙ୍କ ମୃତ୍ୟୁ ? ଶନିବାର ରାତିରେ କରୁଥିଲେ ଭୋଜି

ରାଜ୍ୟ ସରକାରଙ୍କ ୪୨ ବିଭାଗରୁ ୨୨ ବିଭାଗ ତାହାର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି । ଆମେ କ’ଣ ବିକାଶ ଆଉ ଆଶା କରିବୁ । ଯେହେତୁ ରାଜ୍ୟ ସରକାର କେବଳ ଉତ୍ସବ କରିବାରେ ବ୍ୟସ୍ତ ସେଥିପାଇଁ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି । ସରକାର କେବଳ ନୂଆ ଯୋଜନା କରୁଛନ୍ତି, କିନ୍ତୁ ପୁରୁଣା ଯୋଜନାରୁ ହିତାଧିକାରୀଙ୍କ ନାମ କାଟିଦେଉଛନ୍ତି । ରାଜ୍ୟ ସରକାର କେବଳ ଋଣ ସରକାର । ଏବେ ରାଜ୍ୟରେ ପ୍ରତ୍ୟେକଙ୍କ ମୁଣ୍ଡରେ ୨୭ ହାଜର ଟଙ୍କାର ଋଣ ଭାର ରହିଛି । ରାଜ୍ୟ ସରକାର ରାଜ୍ୟକୁ ଖୋଳ କରିଦେଲେଣି ବୋଲି ଭକ୍ତ କହିଛନ୍ତି ।