ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ଉଡ଼ାଣର ୧୮ ମିନିଟ୍‌ ପରେ ପୁଣି କଲା ଅବତରଣ

Published By : Prameya-News7 Bureau | July 25, 2025 IST

ଜୟପୁର : ଜୟପୁରରୁ ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ ଏଆଇ ୬୧୨କୁ ଉଡ଼ାଣ ଭରିବାର ପ୍ରାୟ ୧୮ ମିନିଟ୍‌ ପରେ ପୁଣି ଜୟପୁର ଏୟାରପୋର୍ଟରେ ଜରୁରୀକାଳୀନ ଲ୍ୟାଣଡ୍ କରିଛି। ଏହି ଘଟଣା ଶୁକ୍ରବାର ଘଟିଛି , ଯେତେବେଳେ ଦ୍ୱିପ୍ରହର ୧.୩୫ ସମୟରେ ବିମାନଟି ଟେକଅପ୍‌ କରୁ ଥିଲା। ବିମାନ ରାଡାର ଟ୍ରାକିଂ ୱେବସାଇଟ୍ ଅନୁସାରେ, ଫ୍ଲାଇଟ୍‌କୁ ଡାଇଭର୍ଟେଡ୍‌ ଦେଖାଯାଇ ଥିଲା।

ବିମାନର ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ି ଥିଲା, ଏହା ପରେ ପାଇଲଟମାନେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଣି ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏୟାର ଇଣ୍ଡିଆର ଏହି ବିମାନ ପାଖାପାଖି ୧୮ ମିନିଟ୍‌ ଉଡ଼ିଥିବା ଏବଂ ସୁରକ୍ଷିତ ଲ୍ୟାଣ୍ଡ କରିଥିଲା।

ଗତ କିଛି ସପ୍ତାହ ଭିତରେ ଏୟାର ଇଣ୍ଡିଆ ଓ ଏହାର ସହଯୋଗୀ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଅନେକ ଉଡ଼ାଣରେ ଯାନ୍ତ୍ରିକ ତ୍ରୁଟି ସବୁ ସାମ୍ନାକୁ ଆସିଛି। ଏହି ବୁଧବାର ଦିଲ୍ଲୀ ଏୟାରପୋର୍ଟରୁ ଉଡ଼ାଣ ଭରିଥିବା ମୁମ୍ୱାଇର ଏକ ବିମାନ ଟେକଅଫ୍‌ର ପୂର୍ବରୁ ଯାନ୍ତ୍ରିକ ତ୍ରୁଟିର ଉଡ଼ାଣ ବାତିଲ କରି ଦିଆ ଯାଇଥିଲା। ଏହି ବିମାନରେ ୧୬୦ଜଣ ଯାତ୍ରୀ ବସି ଥିଲେ।

ଏହି ଦିନ ଆଉ ଏକ ବିମାନ ଆଇଏକ୍ସ ୩୭୫ ଯାହା କି , କୋଝିକୋଡରୁ ଦୋହା ଯାଉଥିଲା, ତାହା ମଧ୍ୟ ଯାନ୍ତ୍ରିକ ତ୍ରୁଟି କାରଣରୁ ଟେକଅଫ୍‌ର ଦୁଇ ଘଣ୍ଟା ପରେ ଫେରି ଥିଲା। ବିମାନରେ ୧୮୮ ଯାତ୍ରୀ ଓ କ୍ରୁ ସଦସ୍ୟ ବସିଥିଲେ। 

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁସାରେ , ୨୧ ଜୁଲାଇ ଯାଏ ଦେଶର ୫ ପ୍ରମୁଖ ଏୟାରଲାଇନ୍ସର ୧୮୩ଟି ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ି ଥିଲା। ଏଥିରୁ ୮୫ଟି ମାମଲା କେବଳ ଏୟାର ଇଣ୍ଡିଆ ଗ୍ରୁପ୍‌ର। ଗତ ୫ ବର୍ଷରେ ଏୟାର ଇଣ୍ଡିଆ ଓ ଏହାର ସହଯୋଗୀ ମୋଟ ୫୪୧ଟି ଯାନ୍ତ୍ରିକ ତ୍ରୁଟି ରିପୋର୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.