ଭୁବନେଶ୍ୱର ୧୧।୦୮ : ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟି ଉପରେ ଚଢିଗଲା ଟ୍ରକ । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣେ ଗୁରୁତର ହୋଇଛନ୍ତି ।
ଖବର ଅନୁଯାୟୀ, ସ୍ୱାମୀ-ସ୍ତ୍ରୀ ଏବଂ ପୁଅଙ୍କ ସହ ଏକ ସ୍କୁଟି ଯୋଗେ ଯାଉଥିଲେ । ଭୁବନେଶ୍ୱର ଗଙ୍ଗପଡ଼ା ଛକ ନିକଟରେ ଏକ ଟ୍ରକ ସ୍କୁଟି ଉପରେ ଚଢିଯାଇଥିଲା । ଯାହାଫଳରେ ସ୍କୁଟି ଚଳାଉଥିବା ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ବର୍ଷର ପୁଅ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ଇନ୍ଫୋଭ୍ୟାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସ୍କୁଟିଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବାର ସୂଚନା ମିଳିଛି ।