ଭୁବନେଶ୍ବର ୩୦।୭: କୃଷି ଭବନରେ ଦୁଇ ଦିନ ଧରି ଚାଲିଥିବା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଶେଷ ହୋଇଛି ।ଘରେ ଘରେ ପହଞ୍ଚିବ ଓମଫେଡ କ୍ଷୀର ଓ ପାଉଡର । କାମଧେନୁ ଯୋଜନାରେ କୃଷକଙ୍କୁ ମିଳିବ ୨ଟି ଗାଈ । ଗାଈର ମୂଲ୍ୟ ୨ ଲକ୍ଷ ୩୦ ହଜାର । ୭୦ ପ୍ରତିଶତ ସବସିଡି ମିଳିବ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳ କୃଷକଙ୍କ ଆୟ ଦ୍ଵିଗୁଣିତ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଯୋଜନା ଲାଗୁ ହେବ । ସମାଜରେ ପଛୁଆ ବର୍ଗରେ ଲୋକ ବି ସାମିଲ ହେବେ । ବିକଶିତ ଓଡ଼ିଶାରେ ସାମିଲ ହେବେ । ଦୁଗ୍ଧ ଉତ୍ପାଦନ ଦ୍ଵିଗୁଣିତ ହେବ, କୁକୁଡ଼ା ଛେଳି, ମତ୍ସ୍ୟ ଚାଷ ପାଇଁ ୭୦ ପ୍ରତିଶତ ସବସିଡି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ମତ୍ସ୍ୟଜୀବୀଙ୍କୁ ଫିଡ ମିଲ, ଇନସୁଲେଟ ଭ୍ୟାନ ପାଇଁ ମିଳିବ ସବସିଡି । ରାଜ୍ୟର ହାର୍ବର୍, ଜେଟିକୁ ମୋଡ଼ିଫାଏ କରାଯାଉଛି । ସମ୍ଭାବନାକୁ ବାସ୍ତବରେ ପରିଣତ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ।
ଓମ୍ଫେଡକୁ କ୍ଷୀର ଦେଉଥିବା ଚାଷୀଙ୍କୁ ଲିଟର ପିଛା ଅଧିକ ଟଙ୍କା ଓ ବୀମା ପ୍ରଦାନ କରାଯାଉଛି । ରାଜ୍ୟବାସୀ ଆନ୍ଧ୍ରା ମାଛ ଉପରେ ଅଧିକ ନିର୍ଭର କରୁଥିବା ପ୍ରଶ୍ନର ଜବାବ ଦେଇ ମନ୍ତ୍ରୀ କହିଛନ୍ତି ଏବେ ୪ ହଜାର କୋଟି ଟଙ୍କାର ସାମୁଦ୍ରିକ ଲୁଣି ମାଛ ରପ୍ତାନୀ କରାଯାଉଛି । ମିଠା ପାଣିରେ ମାଛ ଉତ୍ପାଦନ ଟିକେ କମ୍ ରହିଛି । ଅଭାବକୁ ପୂରଣ ପାଇଁ ଚେଷ୍ଟା ଚାଲିଛି । ରାଜ୍ୟରେ ମୁଣ୍ଡ ପିଛା ଅଧିକ ମାଛ ଖାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଇବ୍ ନଦୀରେ ଭାସିଗଲେ ଦୁଇ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି