LIVE TV
LIVE TV

ପ୍ରତିଦିନ ୨ ମାଇକ୍ରୋ ଷ୍ଟୋର ଖୋଲିବ ଆମାଜନ ନାଓ, ଅଲ୍ଟ୍ରା ଫାଷ୍ଟ ଡେଲିଭରି ପାଇଁ କମ୍ପାନିର ଯୋଜନା

NEWS7
farmer-protest-in-anandpur

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଭାବରେ ବଢ଼ୁଥିବା କ୍ବିକ୍ କମର୍ସ ମାର୍କେଟରେ ନିଜ ଉପସ୍ଥିତି ମଜଭୁତ କରୁଛି ଆମାଜନ। ଏଥିପାଇଁ କମ୍ପାନି ଏହାର ଆମାଜନ ନାଓ (Amazon Now) ସର୍ଭିସକୁ ଆହୁରି ବିସ୍ତାର କରିବାକୁ ଯୋଜନା କରିଛି।

କମ୍ପାନିର ଯୋଜନା ଅନୁସାରେ ଆମାଜନ ନାଓ, ଦେଶରେ ପ୍ରତିଦିନ ଦୁଇଟି ନୂଆ ଡାର୍କ ଷ୍ଟୋର ଖୋଲିବ ଏବଂ ବର୍ଷ ଶେଷ ସୁଦ୍ଧା ସମୁଦାୟ ଏହାର ମାଇକ୍ରୋ- ଫୁଲଫିଲମେଣ୍ଟ ସେଣ୍ଟର ସଂଖ୍ୟା ୩୦୦ରୁ ଅଧିକରେ ପହଞ୍ଚାଇବ । ବର୍ତ୍ତମାନ ଆମାଜନ ନାଓର ପ୍ରାୟ ୨୫୦ ଫୁଲଫିଲମେଣ୍ଟ ସେଣ୍ଟର ରହିଛି । କମ୍ପାନି ସୋମବାର ଦେଇଥିବା ସୂଚନା ଅନୁସାରେ, କମ୍ପାନି ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ମୁମ୍ବାଇରେ ଉପସ୍ଥିତିକୁ ମଜଭୁତ କରିବାକୁ ଚାହୁଛି। କାରଣ ଫ୍ଲିପକାର୍ଟ, ବ୍ଲିଙ୍କଇଟ୍, ଜେପ୍ଟୋ ଏବଂ ଇନଷ୍ଟାମାର୍ଟ ଭଳି କମ୍ପାନି କ୍ବିକ୍ କମର୍ସଙ୍କ ସହ ମୁକାବିଲା ବଢ଼ୁଛି।

ଆମାଜନ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ସମୀର କୁମାରଙ୍କ ଏକ ବିବୃତ୍ତି ଅନୁସାରେ, ଦ୍ରୁତ ଭାବରେ ରୋଲଆଉଟ କରିବା ଏବଂ ଷ୍ଟୋର ନିକଟବର୍ତ୍ତୀ ଲୋକଙ୍କ ପାଖରେ ଯଥାଶୀଘ୍ର ଡେଲିଭରି ପହଞ୍ଚାଇବା ପାଇଁ ଏହା ହେଉଛି ଆମାଜନର ପ୍ରତିଶ୍ରୁତି।’’ ସେ କହିଛନ୍ତି ଆମାଜନ ନାଓ ପ୍ରାୟ ୪୦ ହଜାର ପ୍ରକାରର ଜରୁରୀ ସାମଗ୍ରୀ ଏବଂ ଗ୍ରୋସରୀ ସାମଗ୍ରୀ କିଛି ଘଣ୍ଟାରେ ଲୋକଙ୍କ ନିକଟରେ ପହଞ୍ଚାଇବ।

ସମୀର ଆହୁରି କହିଛନ୍ତି, ଏହି ଯୋଜନା ଭାରତର କ୍ବିକ୍ କମର୍ସ ସେଗମେଣ୍ଟରେ ଆମାଜନର ଏପର୍ଯ୍ୟନ୍ତର ସବୁଠୁ ବଡ଼ ପଦକ୍ଷେପ। ଏହା ଏଭଳି ଏକ କ୍ଷେତ୍ର ଯାହାର ଚାହିଦା ବହୁତ ବଢ଼ଛି। କାରଣ ସହରାଞ୍ଚଳରେ ଗ୍ରାହକ ନ୍ଦୈନନ୍ଦିନ ଆବଶ୍ୟକତାକୁ ଯଥାଶୀଘ୍ର ପୂରଣ କରିବାକୁ ଚାହୁଛନ୍ତି।