୧୦ମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଭାରତ, ଆଫଗାନିସ୍ତାନକୁ ୭ ୱିକେଟରେ କଲା ପରାସ୍ତ; ସର୍ବାଧିକ ରନ୍ ପିଛା କରି ରଚିଲେ ଇତିହାସ

NEWS7
famous-singer-darshan-raval-tied-the-knot

ନୂଆଦିଲ୍ଲୀ: ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପର ଫାଇନାଲରେ ପହଞ୍ଚିଛି । ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଭାରତ ଆଫଗାନିସ୍ତାନକୁ ସାତ ୱିକେଟରେ ପରାସ୍ତ କରିଛି । ହରାରେ ସ୍ପୋର୍ଟ୍ସ କ୍ଲବରେ ୪୧.୧ ଓଭରରେ ୩୧୧ ରନର ଟାର୍ଗେଟକୁ ପିଛା କରି ଭାରତ ଇତିହାସ ସୃଷ୍ଟି କରିଛି । ଏହା ୧୯ ବର୍ଷରୁ କମ୍ ବିଶ୍ୱକପରେ କୌଣସି ଦଳ ଦ୍ୱାରା ପିଛା କରାଯାଇଥିବା ସର୍ବାଧିକ ଟାର୍ଗେଟ । ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୧୦ ରନ୍ କରିଥିଲା ।

ଟାର୍ଗେଟ୍ ପିଛା କରି ବୈଭବ ସୂର୍ଯ୍ୟବଂଶୀ ଭାରତକୁ ଚମତ୍କାର ଆରମ୍ଭ ଦେଇଥିଲେ । ସେ ଆରୋଜ୍ ଜର୍ଜଙ୍କ ସହିତ ପ୍ରଥମ ୱିକେଟ ପାଇଁ ୯୦ ରନ ଯୋଡିଥିଲେ । ସୂର୍ଯ୍ୟବଂଶୀ ୩୩ ବଲରୁ ୯ ଚୌକା ଏବଂ ୪ ଛକା ସହାୟତାରେ ୬୮ ରନ କରିଥିଲେ ।