ଛତ୍ରପୁର ୨୭।୫: ପାଠ ପଢିଛନ୍ତି ଦଶମ କିନ୍ତୁ କାମ କରୁଛନ୍ତି ଡାକ୍ତରର । ଦୀର୍ଘ ୩ରୁ ୪ବର୍ଷ ହେଲା ଛତ୍ରପୁର ବ୍ଲକ ବଡ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଗାନ୍ଧି ଛକ ନିକଟରେ ଏକ ଘରୋଇ କ୍ଲିନିକ କରି ଲୋକଙ୍କୁ ଚିକିତ୍ସା କରୁଛନ୍ତି । ପାଖରେ ନାହିଁ ଡାକ୍ତରୀ ପ୍ରମାଣପତ୍ର କିନ୍ତୁ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । କୋଲକତାରୁ ଆସି ସେ ଏଠାରେ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ।
ନକଲି ଡାକ୍ତର ପ୍ରସନ୍ନଜିତ ସରକାରଙ୍କ ଘର କୋଲକତା ହୋଇଥିଲେ ବି ସେ ପୂର୍ବରୁ ମଧ୍ୟପ୍ରଦେଶ ଓ ପରେ ଏଠାକୁ ଆସି ଏକ ଘରୋଇ କ୍ଲିନିକ୍ କରି ଲୋକଙ୍କୁ ଦୈନିକ ଚିକିତ୍ସା କରାଉଛନ୍ତି ବୋଲି କହିଛନ୍ତି । ତାଙ୍କର କୌଣସି ଡାକ୍ତରୀ ପ୍ରମାଣପତ୍ର କିମ୍ବା ଲାଇସେନ୍ସ ନଥିବା ମଧ୍ୟ ସେ ସ୍ୱୀକାର କରିଛନ୍ତି । ଆଗକୁ ଲାଇସେନ୍ସ କରିବେ ବୋଲି କହିଛନ୍ତି । ଏପରିକି ସେ ଏଠାକାର ସ୍ଥାନୀୟ ଆଧାର କାର୍ଡ କରିବା ସହ ଭୋଟ୍ ପରିଚୟ ମଧ୍ୟ କରିଦେଇଛନ୍ତି ।
ଏତେ ବର୍ଷ ହେଲା ନକଲି ଡାକ୍ତର ସାଜି କୌଣସି ଦକ୍ଷତା ନଥାଇ ଦୈନିକ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ବେଳେ ମାତ୍ର ୪ରୁ ୫ କି.ମି. ଦୂରରେ ଥିବା ଛତ୍ରପୁରର କୌଣସି ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର କିପରି ନଜର କି ଦୃଷ୍ଟି ପଡୁନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ଜଣେ ନୁହନ୍ତି ଏପରି ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ବହୁ ଜଣ କୋଲକତାରୁ ଆସି ଏଠାରେ ନୀରିହ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଏଠାରେ ନିଜ ନିଜର ଆଧାର କାର୍ଡ କରିବା ସହ ଭୋଟ୍ ପରିଚୟ ପତ୍ର ମଧ୍ୟ ସ୍ଥାନୀୟ ଅଞ୍ଚଳର କରିଦେଇଥିବା ନଜିର ରହିଛି ।
ପଞ୍ଚାୟତର କୌଣସି ଲୋକଙ୍କ ଦେହ ଖରାପ ହେଲେ ପ୍ରଥମେ ସେମାନେ ଏହି ନକଲି ଡାକ୍ତରମାନଙ୍କ ଉପରେ ଭରଷା କରିଦିଅନ୍ତି, ଯଦି ଭଲ ନହୁଏ ତେବେ ସେମାନେ ଛତ୍ରପୁର କିମ୍ବା ବ୍ରହ୍ମପୁର ମେଡିକାଲ ଉପରେ ନିର୍ଭର କରିଥାନ୍ତି । ଶେଷରେ ରୋଗୀ ଗୁରୁତର ହୋଇ ମୃତ୍ୟୁ ହେବାର ମଧ୍ୟ ନଜିର ରହିଛି । ବେଳ ଥାଉ ଥାଉ ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଅନେକ ଲୋକଙ୍କ ଜୀବନ ଏହି ନକଲି ଡାକ୍ତରଙ୍କ ହାତରେ ଯିବ ।
You Can Read:
ଖୋର୍ଦ୍ଧା-ବଲାଙ୍ଗିର ରେଲଓ୍ବେ ଟନେଲ ଭୁଶୁଡ଼ିବା ଘଟଣା : ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍