୧୧ ବର୍ଷରେ ୨୭.୧ ପ୍ରତିଶତରୁ ୫.୩ ପ୍ରତିଶତକୁ ହ୍ରାସ, ବିଶ୍ବ ବ୍ୟାଙ୍କ ରିପୋର୍ଟରେ ତଥ୍ୟ

Published By : Prameya-News7 Bureau | June 07, 2025 IST

ନୂଆଦିଲ୍ଲୀ ୦୭/୦୬:  ଦେଶରେ କମିଛି ଅତି ଦାରିଦ୍ର୍ୟ ହାର । ଅତ୍ୟଧିକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା କମିଛି । ୨୦୧୧-୧୨ରେ ଦାରିଦ୍ର୍ୟ ସୀମା ରେଖା ତଳେ ୨୭.୧ ପ୍ରତିଶତ ଲୋକ ଥିଲେ । ୨୦୨୨-୨୩ରେ ଏହି ସଂଖ୍ୟା ୫.୩ ପ୍ରତିଶତକୁ ହ୍ରାସ ପାଇଛି । ଅର୍ଥାତ ୧୧ ବର୍ଷରେ ତୀବ୍ର ବେଗରେ ୨୭.୧ ପ୍ରତିଶତରୁ ୫.୩ ପ୍ରତିଶତକୁ ଖସି ଆସିଛି  । ୨୭ କୋଟି ଲୋକ ଅତି ଦାରିଦ୍ରରୁ ପାଇଛନ୍ତି ମୁକ୍ତି । ଗ୍ରାମାଞ୍ଚଳରେ ୧୮.୪ ପ୍ରତିଶତରୁ ୨.୮ ଓ ସହରାଞ୍ଚଳରେ ୧୦.୭ରୁ ୧.୧ ପ୍ରତିଶତକୁ ହ୍ରାସ ପାଇଛି । 

ବିଶ୍ବ ବ୍ୟାଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଏନେଇ ସ୍ପଷ୍ଟ ହୋଇଛି । ଉତ୍ତରପ୍ରଦେଶ,ବିହାର,ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ଅନେକ ଲୋକଙ୍କ ଜୀବନ ଧାରଣର ମାନରେ ସୁଧାର ଆସିଥିବା ବିଶ୍ବବ୍ୟାଙ୍କ ରିପୋର୍ଟରୁ ଜଣାପଡିଛି । ବିଶ୍ବବ୍ୟାଙ୍କ ନିକଟରେ ଦାରିଦ୍ର୍ୟ ସୀମାରେଖା ହାର ଲାଗି ମାନକରେ ସଂଶୋଧନ ଆଣିଥିଲା । ଦୈନିକ ଆୟ ୨.୧୫ ଡଲାରକୁ ବଢାଇ ୩ ଡଲାର କରିଥିଲା । ଏହି ମାନଦଣ୍ଡ ଅନୁଯାୟୀ ଦେଶର ପ୍ରାୟ ୨୭ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି । 

 

 

  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.