Bhubaneswar : ପ୍ରେମ ସପ୍ତାହରେ କାହାର ମନ ଭାଙ୍ଗିଛି, କାହାର ଜୀବନ ଯାଇଛି... ଅନେକ ଟ୍ୱିଷ୍ଟ ଆଣ୍ଡ୍ ଟର୍ଣ୍ଣ ପରେ ପୂରା ଘଟଣାର ପର୍ଦ୍ଦାଫାସ୍

NEWS7
express-train-collides-with-goods-train-near-chennai

ଭୁବନେଶ୍ୱର :  ସେ ଆମ ଘରକୁ ଯାଇଥିଲେ ... ଦେଖା-ଚାହାଁ, ମିଳା-ମିଶାରୁ ଆମ ପ୍ରେମ... 10 ବର୍ଷ ତଳେ ଭଲ ପାଇ ବାହା ହୋଇଥିଲି । ସେ ବହୁତ ଭଲ ଥିଲେ... କାମ ଧନ୍ଦା କରି ଆମ ଝିଅ କଥା ସବୁ ବୁଝୁଥିଲା... ହେଲେ ସେ ବାହାର ଝିଅ ଆସିବା ପରେ ସବୁ ସରିଗଲା... ମୋ ସଂସାର ଭାସିଗଲା... ସେ ସବୁ ବର୍ବାଦ କରିଦେଲା... ସେ ଭୁବନେଶ୍ୱରରେ ରହୁଛନ୍ତି ଆମକୁ ଆଉ ପଚାରୁ ନାହାନ୍ତି। ସ୍ୱାମୀକୁ ନେଇ ଏମିତି କହିଲେ ଦିନେଶଙ୍କ ପତ୍ନୀ । ଏପଟେ କିନ୍ତୁ ଦିନେଶ କହିଛି, ଆଇ ଲଭ୍ ଲିଜା । ମୁଁ ତତେ ଭଲ ପାଉଛି । ତତେ ପାଇବା ପାଇଁ ମୁଁ କିଛି ବି କରିପାରିବି । ତୁ ମୋର ... ମୁଁ ତତେ ଆଉ କାହା ସହ ଦେଖି ପାରିବିନି । ତୁ ଯାହା ପାଇଁ ମୋତେ ଧୋକ୍କା ଦେଉଛୁ, ତାକୁ ଜୀବନରୁ ସଫା କରିଦେଲି। ନିଳାଦ୍ରୀ ବିହାର ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡରେ ଏମିତି କିଛି ସାଙ୍ଘାତିକ୍ ତଥ୍ୟ। ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ।

ପ୍ରେମ ସପ୍ତାହରେ ପ୍ରେମର ହତ୍ୟା। କାହାର ମନ ଭାଙ୍ଗିଛି। କାହାର ଜୀବନ ଯାଇଛି। ଅନେକ ଟ୍ୱିଷ୍ଟ ଆଣ୍ଡ୍ ଟର୍ଣ୍ଣ ପରେ ପୂରା ଘଟଣାର ପର୍ଦ୍ଧାଫାସ୍। ଗତ ୮ତାରିଖରେ ପ୍ରପୋଜ ଡେରେ ନିଳାଦ୍ରୀବିହାରରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ । ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନକୁ ଛୁରୀ ଭୁଷି ହତ୍ୟା।। ତଦନ୍ତ ସମୟରେ ପୂରା ଘଟଣାର ପୋଲିସ କରିଛି ପର୍ଦ୍ଦାଫାସ୍। ପ୍ରେମିକା ପାଇଁ ଚାଲିଗଲା ପ୍ରେମୀକର ଜୀବନ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏଭଳି ଘଟଣାକୁ ନେଇ ଚାଞ୍ଜଲ୍ୟ। ମୃତକ ବ୍ରହ୍ମଗିରିର ସତ୍ୟବ୍ରତ୍ତ ପ୍ରଧାନ ଓରଫ ବାବୁନା। ସେ ଟ୍ୟାକ୍ସି ଡ୍ରାଇଭର ଭାବରେ କାମ କରୁଥିଲେ। ଗତ କିଛି ମାସ ହେବ ସେ ବୁବନେଶ୍ୱରକୁ ଆସିଥିଲେ। ଇନଷ୍ଟାଗ୍ରାମରୁ ଲିଜା କାଣ୍ଡିଙ୍କ ସହ ସଂପର୍କ। ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ସଂପର୍କ ନୀବିଡ଼ ହେବା ପରେ ଦୁହେଁ ନିଳାଦ୍ରୀ ବିହାରରେ ଲିଭ୍-ଇନ୍ ରେ ରହୁଥିଲେ। ସତ୍ୟବ୍ରତ୍ତ ଜାଣିନଥିଲେ ଯେ, ସେହି ଘର ଲିଜା ଓ ତାଙ୍କ ପୂର୍ବତନ ପ୍ରେମିକା ଦିନେଶ କାଣ୍ଡି ନେଇଛନ୍ତି ବୋଲି। ଘର ମାଲିକଙ୍କୁ ସେମାନେ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇଥିଲେ ଦିନେଶ ଓ ଲିଜା। ଦିନେଶ ଥାଉ ଥାଉ ଲିଜା ସତ୍ୟବ୍ରତ୍ତଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। ଯାହା ସହି ନପାରି ସତ୍ତ୍ୟବ୍ରତ୍ତକୁ ଜୀବନରୁ ମାରି ଦେଇଥିଲେ ଦିନେଶ।

୮ ତାରିଖର ଘଟଣା ... ସେହି ରାତିରେ ଲିଜାକୁ ବାରମ୍ବାର ଫୋନ୍ କରୁଥିଲା । ଏପିରିକି ଭିଡ଼ିଓ କଲ୍ ବି କରୁଥିଲା । ହେଲେ ଲିଜା ଏହି ଫୋନରେ କୌଣସି ଉତ୍ତର ଦେଇନଥିଲା । ଶେଷରେ ବାଧ୍ୟ ହୋଇ ଲିଜା ଘରକୁ ଯାଇଥିଲା ଦିନେଶ । ହେଲେ ସେଠାରେ ଯାହା ଦେଖିଥିଲା, ତାର ମୁଣ୍ଡ ଖରାପ ହୋଇଯାଇଥିଲା । ଲିଜାକୁ ସତ୍ୟବ୍ରତ ସହ ଦେଖି ନିଜ କ୍ରୋଧକୁ ଆୟତ୍ତ କରିନଥିଲା । ଏକ ଛୁରୀରେ ସତ୍ୟବ୍ରତଙ୍କ ବେକରେ ଛୁରି ଭୁଷି ତାଙ୍କୁ ହତ୍ୟା କରିଥିଲେ। ଏହାପରେ ସେ କାର୍ ସହିତ ଘଟଣାସ୍ଥଳରୁ ଫେରାର ମାରିଥିଲା। ସେପଟେ ଦିନେଶର ମୃତଦେହ ମିଳିବା ପରେ ସନ୍ଦେହରେ ପ୍ରେମିକା ଲିଜାକୁ ଅଟକ ରଖିଥିଲା ପୋଲିସ । ଦୀର୍ଘ ସମୟ ଧରି ଜେରା ମଧ୍ୟ କରିଥିଲା । ମଙ୍ଗଳବାର ରାତିରେ ଜଗତସିଂହପୁର ପୋଲିସ ନିକଟରେ ଦିନେଶ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ପୋଲିସ ଆଗରେ ସବୁ ସତ ମାନିଥିଲା। ଏପିରିକି ହତ୍ୟାକାଣ୍ଡରେ ବ୍ୟବହୃତ କାରକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଜବତ ହୋଇଥିବା କାରରେ I Love Liza ଲେଖା ରହିଛି । ତେବେ ଏହି ଲେଖା ଟି କିଏ ଲେଖିଛି ଦିନେଶ୍ ନା ଆଉ କିଏ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଦୀନବନ୍ଧୁ ନାୟକ ଓରଫ ଦୀନେଶ୍ କୁ ନେଇ ଭୁବନେଶ୍ୱରରେ ମର୍ଡର ସ୍ପଟରେ କରାଯାଇଛି ସିନ୍ ରିକ୍ରିଏଟ୍।

ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ କଲେ ଏସିପି ସୋନାଲି ସିଂ ପରମାର। ଲିଜାଙ୍କୁ ନେଇ ସୃଷ୍ଟି ହୋଇଥିଲା ତ୍ରିକୋଣୀୟ ପ୍ରେମରେ । ହେଲେ ଏହି ହତ୍ୟାକାଣ୍ଡରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ଗୋଟିଏ ରୁମ୍ରେ ଲିଜା ଓ ସତ୍ୟବ୍ରତଙ୍କୁ ପାଇ ଆକ୍ରମଣ କରିଥିଲା ଦିନେଶ । ଲିଜା ବଞ୍ଚାଇବାକୁ ଚେଷ୍ଟା କରିଥିଲା, ତେଣୁ ତାହାର ହତ୍ୟା ସମ୍ପୃକ୍ତି ନାହିଁ ବୋଲି କୁହାଯାଇଛି।