ବ୍ଲାଷ୍ଟିଂ ପାଇଁ ପଥର ଖଣିକୁ ନିଆଯାଉଥିଲା ବିସ୍ଫୋରକ, ଲୁଟିନେଲେ ୪ ଟନ୍

Published By : Prameya-News7 Bureau | May 27, 2025 IST

ସୁନ୍ଦରଗଡ଼: ବ୍ଲାଷ୍ଟିଂ ପାଇଁ ପଥର ଖଣିକୁ ନିଆଯାଉଥିଲା ବିସ୍ଫୋରକ। ଅଧାବାଟରେ ଗାଡ଼ି ଅଟକାଇ ଲୁଟିନେଲେ ଲୁଟେରା । ଘଟଣା ଘଟିଛି ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କୋରେ।

ସୂଚନା ଅନୁଯାୟୀ, ମଙ୍ଗଳବାର କେ. ବଲାଙ୍ଗ ଥାନା ଅନ୍ତର୍ଗତ ପଥର ଖଣିକୁ ସୁନ୍ଦରଗଡ଼ ବଡଗାଁ ଅଞ୍ଚଳରୁ ବିସ୍ପୋରକ ସାମଗ୍ରୀ ନିଆଯାଉଥିଲା। ଏହି ବିସ୍ଫୋରକକୁ ଖଣିରେ ବ୍ଲାଷ୍ଟିଂ ପାଇଁ ବ୍ୟବହାର କରାଯାଇଥାନ୍ତା। ମାତ୍ର ବାଙ୍କୋ ନିକଟରେ ପ୍ରାୟ ୩୦ରୁ ୪୦ ଜଣ ଲୁଟେରା ଗାଡ଼ି ଅଟକାଇ ଏଥିରେ ଥିବା ୪ ଟନରୁ ଉର୍ଦ୍ଧ୍ବ ବିସ୍ପୋରକ ସାମଗ୍ରୀ ଲୁଟି ନେଇଛନ୍ତି। 

ତେବେ ପୋଲିସ ଏହି ଘଟଣାରେ ଛାନଭିନ ଆରମ୍ଭ କରିଥିବାବେଳେ, ଲୁଟ ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। କାରଣ ଏହି ଅଞ୍ଚଳ ଓଡ଼ିଶା ଓ ଝାଡଖଣ୍ଡ ସୀମାନ୍ତରେ ଥିବାରୁ ପୁର୍ବରୁ ଅନେକ ଥର ମାଓ ଗତିବିଧି ପରିଲକ୍ଷିତ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.