ନୂଆଦିଲ୍ଲୀ ୩୦।୦୬; ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ । ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସଙ୍ଗାରେଡ୍ଡି ଜିଲ୍ଲାର ଏକ କେମିଲାଲ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Sangareddy, Telangana | A reactor blast took place at Sigachi Pharma Company, Pasamailaram Phase 1, Medak. Eleven fire tenders have reached the site. Nearly 15-20 people were injured. Further details awaited: Telangana Fire Officials
— ANI (@ANI) June 30, 2025
ସୂଚନା ଅନୁସାରେ, ହାଇଦ୍ରାବାଦ ନିକଟ ପତନଚେରୁରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି । କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ବିସ୍ଫୋରଣ ଘଟିଛି । ଫଳରେ ସେଠାରେ ଉପସ୍ଥିତ ଥିବା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଫଳରେ ଅନେକ କର୍ମଚାରୀ ଆହତ ହୋଇଥିବାବେଳେ କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।
ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଗାଚି ଫାର୍ମା କମ୍ପାନୀରେ ଏପରି ଅଘଟଣ ଘଟିଛି । କେମିକାଲ ଟ୍ୟାଙ୍କର ବ୍ଲାଷ୍ଟ ହେବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ସେହି ସମୟରେ କାରଖାନା ଭିତରେ ଶ୍ରମିକମାନେ କାମ କରୁଥିଲେ। ଜୋରରେ ବିସ୍ଫୋରଣ ଶୁଣି କର୍ମଚାରୀମାନେ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ହେଲେ ସେହି ସମୟରେ ଅନେକ ଶ୍ରମିକ ଫସି ଯାଇଥିଲେ। ଏହି ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକ ଏବଂ କର୍ମଚାରୀମାନେ ବହୁ ସଂଖ୍ୟାରେ ସେଠାରେ ପହଞ୍ଚିଛନ୍ତି। ଏକାଧିକ ଆହତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।