ପରୀକ୍ଷା ଦେବାକୁ ଯାଉଥିଲେ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

NEWS7
explosion-in-an-area-in-rajasthan

ଗୁ ୧୧।୧୨ : ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା କଣ୍ଡାଜାମ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘରୋଇ ବସ୍ ଏବଂ ବାଇକ ମଧ୍ୟରେ ଜୋରଦାର ଧକ୍କା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଖବର ଅନୁଯାୟୀ, ଦୁଇ ଜଣ ଛାତ୍ର ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଥିଲେ । ପରୀକ୍ଷା ଦେବା ପାଇଁ ଗୁଡ଼ାରି ଅଞ୍ଚଳରୁ ବିଦ୍ୟାଳୟକୁ ଯାଉଥିଲେ ଦୁଇ ଛାତ୍ର । ହେଲେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା କଣ୍ଡାଜାମ୍ ନିକଟରେ ଘଟିଲା ଦୁର୍ଘଟଣା । ଏକ ଘରୋଇ ବସ୍ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିଲେ । ଏହାପରେ ଗୁରୁତରଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ୍ୟୁ ଛାତ୍ର ମାନେ ଗୁଡାରି ତେମ୍ବାଗୁଡା ଗାଁର ବିଷ୍ଣୁ ଶବର, ଗୁଡାରି ସଉରା ସାହିର ଦେବେନ୍ଦ୍ର ଶବର। ଛାତ୍ର ଦୁଇ ଜଣ ହେଲେ ଯୁକ୍ତ ପ୍ରଥମ ବର୍ଷର ଛାତ୍ର। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।