ମୁଁ ଅଛି ବୋଲି ଭାରତ ଡରୁଛି: ପାକିସ୍ତାନରୁ ଥାଇ ଧମକ ଦେଲା ଲସ୍କର ଆତଙ୍କବାଦୀ

NEWS7
expiry-beer-sale-incident-in-baleswar-liquor-shop-owner-arrested

ଇସ୍ଲାମାବାଦ: Pahalgam attack, ଲସ୍କର-ଏ-ତୈବା (LeT) ଆତଙ୍କବାଦୀ ସଂଗଠନ ସହିତ ପାକିସ୍ତାନ ସେନାର ସ୍ପଷ୍ଟ ସମ୍ପର୍କ ଅଛି। ଆତଙ୍କବାଦୀ ସଂଗଠନର ଶୀର୍ଷ ନେତା ଶୈଫୁଲ୍ଲାହ କସୁରୀ ଏକଥା ସ୍ୱୀକାର କରିଛି। ଏବଂ କହିଛି ଯେ ତାଙ୍କୁ ପାକିସ୍ତାନ ସେନା ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରେ। ଏବଂ ସୈନିକମାନଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ନେତୃତ୍ୱ ନେବାକୁ ତାକୁ ନିମନ୍ତ୍ରଣ ଦିଆଯାଏ।

ହାଫିଜ୍ ସଇଦଙ୍କ ନେତୃତ୍ୱାଧୀନ ସଂଗଠନ ଲସ୍କର ଏ ତୋଇବାର ଉପମୁଖ୍ୟ ହେଉଛି କସୁରୀ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ସେ ମାଷ୍ଟରମାଇଣ୍ଡ ମଧ୍ୟ। ପାକିସ୍ତାନର ଏକ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍କୁଲ ପିଲାମାନଙ୍କୁ ସମ୍ବୋଧିତ କରିବା ସମୟରେ କସୁରୀ ଏହି ମନ୍ତବ୍ୟ ଦେଇଛି। ସେ ଏହା ମଧ୍ୟ ଦାବି କରିଛି ଯେ ତାଙ୍କୁ ଭାରତ ଡରୁଛି। ସେ ଅଛି ବୋଲି ଭାରତ ଭୟଭୀତ। ଏଭଳି କହି ସେ ନୂଆଦିଲ୍ଲୀକୁ ଧମକ ଦେଇଛି।

“ପାକିସ୍ତାନ ସେନା ମୋତେ ନିମନ୍ତ୍ରଣ ପଠାଇ ନିମନ୍ତ୍ରଣ କରୁଛି। ପାକିସ୍ତାନ ସେନା ମୋତେ ତା'ର ସୈନିକଙ୍କ ଶବଦାହ ପ୍ରାର୍ଥନାର ନେତୃତ୍ୱ ନେବାକୁ ମଧ୍ୟ ନିମନ୍ତ୍ରଣ ଦେଉଛି।” କସୁରୀ ଏଭଳି ବୟାନ ଦେଉଥିବ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।

କସୁରୀର ଏଭଳି ମନ୍ତବ୍ୟରେ ସାରା ବିଶ୍ୱ ଆଗରେ ପାକିସ୍ତାନର ଚେହେରା ପଦାରେ ପଡ଼ିଛି। ବିଶ୍ୱ ସମୁଦାୟରେ ପାକିସ୍ତାନ ନିଜକୁ ଆତଙ୍କବାଦ ସହ ଲଢ଼ୁଥିବା ଦେଶ ବୋଲି ଛାତି ପିଟି କହୁଛି। ଏନେଇ ଅନ୍ତର୍ଜାତୀୟ ସ୍ତରରେ ସହାନୁଭୂତି ସାଉଁଟୁଛି। ହେଲେ କସୁରୀର ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ ପାକିସ୍ତାନ ଆତଙ୍କବାଦର ଫ୍ୟାକ୍ଟ୍ରି। ହିଂସା ପାଇଁ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଶରଣ ନେଉଛି। ସର୍ବସାଧାରଣରେ କସୁରୀ ଏହା ସ୍ୱୀକାର କରିବା ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ମୁଖା ଖୋଲିଯାଇଛି।

ଏହା ପୂର୍ବରୁ ମଧ୍ୟ କସୁରୀ ସର୍ବସାଧାରଣରେ ଭାଷଣ ଦେଇ ଭାରତକୁ ଧମକ ଦେଇଥିଲା। ଭାରତର ଅପରେସନ ସିନ୍ଦୂରରେ ହୋଇଥିବା କ୍ଷତିକୁ ସ୍ୱୀକାର କରିବା ସହିତ କହିଥିଲା ଭାରତ ବଡ଼ ଭୁଲ କରିଦେଲା। ଏବେ ଆମେ ଆଉ ପଛଘୁଞ୍ଚା ଦେବୁ ନାହିଁ। ମିଶନ କାଶ୍ମୀର ଆହୁରି ତୀବ୍ର ବେଗରେ ଚାଲିବ।

ଭାରତ କେବଳ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଅପରେସନ ସିନ୍ଦୁରରେ ଏକ ବଡ଼ ଭୁଲ କରିଛି ବୋଲି କସୁରୀ କହିଥିଲା।