ନୂଆଦିଲ୍ଲୀ : ସାଉଦୀ ଆରବ ଏମିତି ଏକ ଦେଶ ଯେଉଁଠି ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ଡ୍ରଗ୍ ତସ୍କରୀ (ନିଶାଦ୍ରବ୍ୟ ଚୋରା ଚାଲାଣ) ସମେତ ଏମିତି ଅନେକ ଅପରାଧ ଅଛି , ଯାହା ପାଇଁ ସିଧା ମୃତ୍ୟୁର ସଜା ଦିଆ ଯାଏ। ଆମନେଷ୍ଟି ଇଣ୍ଟରନ୍ୟାସନାଲ କହିଛି ଯେ , ସାଉଦୀ ଆରବରେ ଅହିଂସାତ୍ମକ ନିଶାଦ୍ରବ୍ୟ ମାମଲାରେ ମଧ୍ୟ ମୃତ୍ୟୁ ଦଣ୍ଡ ଦିଆ ଯାଏ। ସୂଚନା ଆଧାରରେ, ଗତ ବର୍ଷ ସାଉଦୀ ଆରବରେ ୩୪୫ ଜଣ ଲୋକଙ୍କୁ ସଜା ଦିଆଯାଇଛି। ଚଳିତ ବର୍ଷ ମୋଟ ଯେତେ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି , ଏଥିରୁ ଦୁଇ ତୃତୀୟାଂଶ ଡ୍ରଗ୍ସ ସହ ଜଡ଼ିତ ଅପରାଧୀ ଅଛନ୍ତି। ସାଉଦୀର କ୍ରାଉନ୍ ପ୍ରିନ୍ସି ମହମ୍ମଦ ବିନ୍ ସଲମାନ କହିଥିଲେ ଯେ, କେବଳ ମାନବ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଏ। ହେଲେ ଏହାର ସଂପୂର୍ଣ୍ଣ ରୂପେ ପାଳନ କରାଯାଉ ନାହିଁ।
ଆଟଲାଣ୍ଟିକ୍ ସହ କଥାବାର୍ତ୍ତା ହେବା ବେଳେ କ୍ରାଉନ୍ ପ୍ରିନ୍ସ କହିଥିଲେ, କେବଳ ଗୋଟିଏ ବର୍ଗ ବ୍ୟତୀତ ଆମେ ମୃତ୍ୟୁଦଣ୍ଡରୁ ମୁକ୍ତି ପାଇବାକୁ ଚାହୁଁଛୁ। ସେହି କ୍ୟାଟେଗୋରୀ କୋରାନରେ ଉଲ୍ଲେଖ ଅଛି। ଆମେ ଯାହା କିଛି କରୁଛୁ , ତାହା କୋରାନର ଶିକ୍ଷାର ଆଧାରରେ ହିଁ କରୁ। ସାଉଦୀ ଆରବ ବ୍ୟତୀତ ଇରାନ , କୁଏତ ଓ ୟୁଏଇରେ ମଧ୍ୟ ନିଶାଦ୍ରବ୍ୟ ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଏ।ଚୀନ ଓ ଇରାନ ପରେ ସାଉଦୀ ଆରବରେ ସବୁଠୁ ଅଧିକ ମୃତ୍ୟୁଦଣ୍ଡ ଦିଆଯାଏ।
ଆମନେଷ୍ଟି କହିଛି ଯେ, ଅତି କମ୍ରେ ୨୫ଜଣ ବିଦେଶୀ ନାଗରିକଙ୍କୁ ନିକଟରେ ଫାଶୀଦଣ୍ଡ ଦିଆଯାଇଛି। ଏ ସମସ୍ତଙ୍କୁ ସାଉଦୀ ଆରବର ଆଇନ ବିଷୟରେ ଠିକ୍ରେ ଜଣା ନଥିଲା। ଏହା ବ୍ୟତୀତ ତାଙ୍କୁ ଓକିଲ ମଧ୍ୟ ଦିଆ ଯାଇନଥିଲା। ଯଦି କେହି ବିଦେଶୀ ନାଗରିକ ଫସି ଯାଆନ୍ତି ତ ତାଙ୍କ ସାମ୍ନାରେ ସମସ୍ୟା ଆହୁରି ଗମ୍ଭୀର ହୋଇଥାଏ।
ଇଜିପ୍ଟର ଜଣେ ଏସାମ ଅହମ୍ମଦ ନାମକ ବ୍ୟକ୍ତିଙ୍କୁ ୨୦୨୧ରେ ଫିଶିଂ ବୋଟରୁ ଗିରଫ କରାଯାଇଥିଲା। ତାଙ୍କ ପରିବାରକୁ କୁହାଯାଇ ଥିଲା ଯେ, ଡ୍ରଗ୍ ଟ୍ରାଫିଂର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏସାମଙ୍କ ପରିବାରର କହିବାନୁସାରେ , ପ୍ରତିଦିନ ତାଙ୍କୁ ଏହି ଭୟ ଲାଗୁଛି ଯେ, କେବେ ବି ଏସାମଙ୍କୁ ଫାଶୀଦଣ୍ଡ ଦିଆଯାଇ ପାରେ । ସେ କହିଛନ୍ତି, ଆମକୁ ତ କୋର୍ଟରେ ନିଜର ପକ୍ଷ ରଖିବା ଯାଏ ସୁଯୋଗ ଦିଆଯାଇ ନାହିଁ।
୨୦୨୧ରେ ସାଉଦୀ ଆରବର ମାନବାଧିକାର ଆୟୋଗ ଘୋଷଣା କରିଥିଲା ଯେ ,ଯେଉଁ ଲୋକ ଡ୍ରଗ୍ସର ମାମଲାରେ ଜେଲ୍ରେ ଅଛନ୍ତି , ତାଙ୍କୁ ଦଣ୍ଡରେ ମୁକ୍ତି ଦିଆଯିବ। ହେଲେ ୩ ବର୍ଷ ଭିତରେ ଏହି ମୁକ୍ତିକୁ ବନ୍ଦ କରିଦିଆ ଗଲା। ଏହା ମଧ୍ୟ କୁହାଯାଇ ନାହିଁ କି ଏମିତି କାହିଁକି କରାଯାଉଛି। ବିଶେଷଜ୍ଞଙ୍କ କହିବାନୁସାରେ , ପ୍ରିନ୍ସ ଯଦି ଚାହିଁବେ ତ ଗୋଟିଏ ହିଁ ଦିନରେ ସଜାର ପ୍ରାବଧାନରେ ପରିବର୍ତ୍ତନ କରି ପାରିବେ। ସେ ବଡ଼ ସ୍ତରର ଅପରାଧକୁ ମଧ୍ୟ କ୍ଷମା କରି ପାରନ୍ତି। ହେଲେ ପ୍ରିନ୍ସ ଏମିତି କରିବାକୁ ଚାହାନ୍ତି ନାହିଁ।