ସଞ୍ଜୟ ଗାନ୍ଧୀଙ୍କଠୁ ଅଜିତ ପାଓ୍ୱାର... ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅନେକ ହେଭିଓ୍ୱେଟ୍

NEWS7
europe-working-on-plan-to-replace-us-in-nato-in-five-to-10-years-report

ନୂଆଦିଲ୍ଲୀ,|୧: ପ୍ରାଣ ହରାଇଛନ୍ତି ମହାରାଷ୍ଟ୍ରରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ।୨୦୨୬ମସିହା ଜାନୁଆରୀ୨୮ତାରିଖରେବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି । ନିର୍ବାଚନ ପ୍ରଚାରକୁ ଯିବା ବେଳେ ତାଙ୍କ ବିମାନ କ୍ରାସ୍ ହୋଇଯାଇଛି । ଲ୍ୟାଣ୍ଡିଂ ପୂର୍ବରୁ ଏହା ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅଜିତଙ୍କ ସହଜଣଙ୍କ ମୃତ୍ୟୁ ହୋଇଛି। ତେବେ ଅଜିତଙ୍କ ମୃତ୍ୟୁକୁ ନେଇ ଦେଶର ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । କେବଳ ଅଜିତ ନୁହେଁ ଅତୀତରେ ଆହୁରି ଅନେକ ହେଭିଓ୍ୱେଟ୍ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।୨୦୨୫ଜୁନରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲଣ୍ଡନ ଯିବା ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନ ବନ୍ଦରରେ ବୋଇଂ୭୮୭ବିମାନଟି ଖସି ପଡିଥିଲା । ଯେଉଁଥିରୁ ରୂପାଣୀ ବର୍ତ୍ତି ପାରିନଥିଲେ ।

କଂଗ୍ରେସ ନେତା ସଞ୍ଜୟ ଗାନ୍ଧୀ

କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ମଧ୍ୟ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ ।୧୯୮୦ଜୁନ୨୩ତାରିଖରେ ତାଙ୍କ ବିମାନ ନିୟନ୍ତ୍ରଣ ହରାଇଥିଲା । ଦିଲ୍ଲୀ ଫ୍ଲାଇଂ କ୍ଲବରେ କଳାକୌଶଳ ପ୍ରଦର୍ଶନ ବେଳେ ସଫଦରଗଞ୍ଜ ବିମାନବନ୍ଦରରେ ତାଙ୍କର ଦେହାନ୍ତ ହୋଇଥିଲା ।

ମାଧବରାଓ ସିନ୍ଦିଆ

ବରିଷ୍ଠ କଂଗ୍ରେସ ନେତା ମାଧବ ରାଓ ସିନ୍ଦିଆ ପୂର୍ବତନ ବେସାମରିକ ଉଡାଣ ଚଳାଚଳ ମନ୍ତ୍ରୀ ରହିଥିଲେ ।୨୦୦୧ମସିହା ସେପ୍ଟେମ୍ବର୩୦ତାରିଖରେ ତାଙ୍କ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । କାନପୁରରେ ଘରୋଇ ଜେଟ୍ ଟି ଖରାପ ପାଣିପାଗ ପାଇଁ ନିୟନ୍ତ୍ରଣ ହରାଇ କ୍ରାସ୍ ହୋଇଥିଲା । ଫଳରେ ମାଧବରାଓଙ୍କ ଦେହାନ୍ତ ହୋଇଯାଇଥିଲା ।

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ରେଡ୍ଡି

୨୦୦୯ସେପ୍ଟେମ୍ବରତାରିଖ ଭାରତୀୟ ରାଜନୀତି ପାଇଁ ଥିଲା ଅପୂରଣୀୟ କ୍ଷତି । ଏହି ଦିନ ଆନ୍ଧ୍ରପ୍ରଦେଶର ସେତେବେଳର ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ରେଡ୍ଡିଙ୍କ ହେଲିକପ୍ଟର ନଳମାଲା ଜଙ୍ଗରେ ନିଖୋଜ ହୋଇଯାଇଥିଲା । ପରେ ହେଲିକପ୍ଟରକୁ ଖଣ୍ଡ ଖଣ୍ଡ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେତେବେଳକୁ ଓ୍ୱାଇଏସ ପ୍ରାଣ ହରାଇ ସାରିଥିଲେ ।

ସେହିପରି ପୂର୍ବତନ ସିଡିଏସ ବିପିନ ରାଓ୍ୱତ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଡୋରଜି ଖାଣ୍ଡୁଙ୍କ ହେଲିକପ୍ଟର ଚାଇନା ସୀମମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହରିୟାଣା ମନ୍ତ୍ରୀ ଓମ୍ ପ୍ରକାଶ ଜିନ୍ଦଲ, ପୂର୍ବତନ ଲୋକସଭା ବାଚସ୍ପତି ଜିଏମସି ବାଲାୟୋଗୀ ମଧ୍ୟ ହେଲିକପ୍ଟର ଦୁର୍ଘଟଣାରେ ଜୀବନ ହାରିଥିଲେ ।