ପରାଜୟ ପରେ ବି ଅଟକିବେନି ପ୍ରିନ୍ସ, ଗୁରୁବାରଠୁ ରଣଜୀରେ ଦେଖାଇବେ ଦମ୍, ଜଦ୍ଦୁ ବି ଖେଳିବେ

NEWS7
england-equalizes-30-years-old-account-with-pakistan

ନୂଆଦିଲ୍ଲୀ ୨୦/୦୧: ଆସନ୍ତା ୨୨ ତାରିଖରୁ ରଣଜୀ ଟ୍ରଫିର ଷଷ୍ଠ ରାଉଣ୍ଡ୍ ମୁକାବିଲା ଆରମ୍ଭ ହେବ । ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ୍ ଓ ଭେଟେରାନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହି ରାଉଣ୍ଡ୍ ଖେଳିବେ । ସୌରାଷ୍ଟ୍ର ଓ ପଞ୍ଜାବ ପରସ୍ପରକୁ ଭେଟିବେ । ଗିଲ୍ ପଞ୍ଜାବ ଦଳରୁ ଏବଂ ଜାଡେଜା ସୌରାଷ୍ଟ୍ରରୁ ଖେଳିବେ ।

ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଗିଲ୍ ଯଥାକ୍ରମେ ୫୬, ୫୬, ୨୩ ରନ୍‌ର ଇନିଂସ୍ ଖେଳିଥିଲେ । ଜାଡେଜା ୩ଟି ମ୍ୟାଚ୍ରେ ମୋଟ ୨୩ ଓଭର ବୋଲିଂ କରି ୧୪୧ରନ୍ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ବି ୱିକେଟ୍ ନେଇ ପାରିନଥିଲେ । ବ୍ୟାଟିଂରେ ସେ ୪୩ରନ୍ କରିଥିଲେ । ଗତ ବିଜୟ ହଜାରେ ଟ୍ରଫିରେ ଜାଡେଜା ୨ଟି ଏବଂ ଚଳିତ ରଣଜୀ ଟ୍ରଫିରେ ଗୋଟିଏ ମ୍ୟାଚ୍ ଖେଳିଥିଲେ ମଧ୍ୟ ୱିକେଟ୍ ନେବାରେ ବିଫଳ ହୋଇଥିଲେ ।

ପଞ୍ଜାବ ବିପକ୍ଷରେ ସେ ଲୟକୁ ଫେରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଏଲିଟ୍ ଗ୍ରୁପ୍-ବି’ରେ ସାମିଲ ଥିବା ସୌରାଷ୍ଟ୍ର ୫ଟି ମ୍ୟାଚ୍ ଖେଳି ୧ ବିଜୟ, ୨ ପରାଜୟ ଓ ୨ ଡ୍ର’ ସହ ମୋଟ ୧୩ ପଏଣ୍ଟ ପାଇ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ପଞ୍ଜାବ ୧ ବିଜୟ, ୧ ପରାଜୟ ଓ ୩ ଡ୍ର’ ସହ ମୋଟ ୧୧ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ।