ନୀଳଗିରି: ସାଳନ୍ଦୀ କେନାଲ କାମ ଚାଲିଥିବା ବେଳେ ଉତ୍ତେଜନା ଦେଖା ଦେଇଛି। କାର୍ଯ୍ୟରତ ଇଞ୍ଜିନିୟର ଓ ଅଞ୍ଚଳର କିଛି ଯୁବକ ସହ ପ୍ରଥମେ କଥା କଟାକଟି ପରେ ଇଞ୍ଜିନିୟରଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣ କରିଥିବା ଯୁବକ ମଧ୍ୟ ଲହୁଲୁହାଣ ହୋଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ନୀଳଗିରି ଥାନା ଅନ୍ତର୍ଗତ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅସ୍ତିଆ ଗାଁ ନିକଟ ଦେଇ ଯାଇଥିବା ସାଳନ୍ଦୀ କେନାଲରେ ଆରକେଡି ନାମକ ସଂସ୍ଥା କାର୍ଯ୍ୟ କରୁଥିଲା। ସେହି ଅଞ୍ଚଳର ଦୁଇ ଯୁବକ ଆସି କାର୍ଯ୍ୟରତ ଇଞ୍ଜିନିୟର ରାଜକୁମାର ମହାଳିକ ଓ ଦେବାଶିଷ ଆଚାର୍ଯ୍ୟଙ୍କ ସହିତ କାମକୁ ନେଇ ଉଚ୍ଚବାଚ ହୋଇଥିଲା। ପରେ ସେହି ଅଞ୍ଚଳର ଦୁଇ ଯୁବକ ମାନସ ରଞ୍ଜନ ଦେବଗୋସ୍ଵାମୀ ଓ ଅଜୟ କୁମାର ମହାଳିକ ଦୁଇଜଣ ଦୁଇ ଇଞ୍ଜିନିୟରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସେପଟେ ମାନସ ଦେବଗୋସ୍ବାମୀଙ୍କୁ ମଧ୍ୟ ପାଲଟା ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ସେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।