i-PAC ଚଢ଼ଉ ମାମଲାର କୋଲକାତାକ ହାଇକୋର୍ଟକୁ ଗଲା TMC

NEWS7
engal-chief-minister-mamata-banerjee-broke-her-silence-today-on-her-minister-partha-chatterjees-arrest-two-days-ago

କୋଲକାତା ୯।୧: ପଶ୍ଚିମବଙ୍ଗରେ ରାଜନୈତିକ ପରାମର୍ଶ ସଂସ୍ଥା ଇଣ୍ଡିଆ ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି) କାର୍ଯ୍ୟାଳୟ ଓ ସହ ସଂସ୍ଥାପକ ପ୍ରତୀକ ଜୈନଙ୍କ ବାସଭବନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢଉ ମାମଲାରେ ତୃଣ ମୂଳ କଂଗ୍ରେସ (ଟିଏମସି) କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଶାସକ ଦଳ କୋର୍ଟରେ ନିବେଦନ କରିଛି ଯେ ତଲାସୀ କାଳରେ ଜବତ କାଗଜପତ୍ର ଓ ଇଲୋକ୍ଟ୍ରୋନିକ୍ ଡାଟାର ଦୂରୁପଯୋଗ ଓ ପ୍ରସାର ଉପରେ ରୋକ ଲଗାଯାଉ।

ଆବେଦନରେ ଟିଏମସି ଅଭିଯୋଗ କରିଛି ଯେ ତଦନ୍ତକାରୀ ସଂସ୍ଥା ଆଗାମୀ ବିଧାନସଭା ନିର୍ବାଚନ ଲାଗି ପାର୍ଟିର ଉପଯୋଗ ସମ୍ପର୍କିତ ସମ୍ବେଦନଶୀଳ ଓ ଗୋପନୀୟ ରାଜନୈତିକ ଡାଟା ଜବତ କରିଛି। ପାର୍ଟିର କହିବା କଥା ହେଉଛି ଏହି କାର୍ଯ୍ୟାନୁଷ୍ଠାନ ଦୁର୍ଭାବନାପୂର୍ଣ୍ଣ ଓ ଅଧିକାରର ଦୂପୁପଯୋଗର ତାଜା ଉଦାହରଣ। ଆବେଦନ ଅନୁସାରେ ୮ ଜାନୁୟାରୀ ୨୦୨୬ ଧନସୋଧନ ଅଧନିୟମ ୨୦୦୨ର ପିଏମଏଲଏ ଧାରା ୧୭ ଅନୁସାରେ ତଲାସୀ ଓ ଜବତ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ତେବେ ଇଡି ଦାବି କରିଛି ଯେ ଏହା କୋଟିକୋଟି ଟଙ୍କା କୋଇଲା ଚୋରି ତଦନ୍ତର ଅଂଶବିଶେଷ।

ଟିଏମସି କୋର୍ଟକୁ କହିଛି ଯେ ଜବତ କରାଯାଇଥିବା କାଗଜପତ୍ର ଓ ଇଲେକ୍ଟ୍ରୋନିକ ଡାଟାରେ ନିର୍ବାଚନ ଅଭିଯାନର ରଣନୀତି, ଆଭ୍ୟନ୍ତରୀଣ ଆକଳନ, ଅନୁସନ୍ଧାନ ସମ୍ପର୍କିତ ସାମଗ୍ରୀ ଓ ସଙ୍ଗଠନାତ୍ମକ ସମନ୍ୱୟ ସହ ଭୋଟର ସୂଚୀ ସମ୍ପର୍କିତ ସୂଚନା ରହିଛି। ଏ ଗୁଡିକର କୌଣସି ଅନୁସୂଚିତ ଅପରାଧ ଅଥବା କଥିତ ଅପରାଧରେ ଅର୍ଜିତ ଧନ ସହ ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ରୂପେ ସମ୍ପର୍କ ନାହିଁ। ତେବେ ପାର୍ଟି ଅଭିଯୋଗ କରିଛି ଯେ ତଦନ୍ତ ବାହାନାରେ କାର୍ଯ୍ୟାନୁଷ୍ଠାନ ଅବୈଧ ରୂପେ ପାର୍ଟିର ନିର୍ବାଚନୀ ଯୋଜନା, ଅଭିଯାନ ପ୍ରବନ୍ଧନ ଓ ରାଜନୈତିକ ରଣନୀତି ପର୍ଯ୍ୟନ୍ତ ପହଞ୍ଚ ତିଆରି କରିବା ପାଇଁ କରାଯାଇଛି।

ଏହା ଦ୍ୱାରା ରାଜ୍ୟରେ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ବାଧିତ କରାଯାଇ ପାରିବ। ଟିଏମସିର କହିବା କଥା ହେଉଛି ଏହିପରି ଟାର୍ଗେଟ୍ ଜବତ ସମ୍ବିଧାନ ଅନୁସାରେ ଗୋପନୀୟତାର ଅଧିକାର ଓ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରଭାବୀ ଭାଗିଦାରୀରେ ଅଧିକାରର ଉଲ୍ଲଂଘନ। ଆବେଦନରେ ଏହା ବି କୁହାଯାଇଛି ଯେ ଜବତ ଡାଟାର ଦୂରୁପଯୋଗ ଓ ପ୍ରସାର ଉପରେ ଯଦି ତୁରନ୍ତ ରୋକ ନ ଲଗାଯାଏ ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଲାଗି ଗୁରୁତର ଓ ଅପୁରଣୀୟ କ୍ଷତି ହେବ। ଏହା ଦ୍ୱାରା ସାମ୍ବିଧାନିକ ଗଣତନ୍ତ୍ର ମଧ୍ୟ ଦୁର୍ବଳ ହେବ। ଏହି ଆଧାରରେ ପାର୍ଟି ଉଚ୍ଚ ନ୍ୟାୟାଳୟଙ୍କୁ ତତ୍କାଳ ହସ୍ତକ୍ଷେପ ଦାବି କରିଛି।