IND vs ENG ଟେଷ୍ଟ ସିରିଜର ଅଫିସିଆଲି ନାମକରଣ , ଟ୍ରଫି ସହ ନଜର ଆସିଲେ ସଚିନ ଓ ଆଣ୍ଡରସନ

Published By : Prameya-News7 Bureau | June 19, 2025 IST

ନୂଆଦିଲ୍ଲୀ : ଇଂଲଣ୍ଡ-ଇଣ୍ଡିଆ ଟେଷ୍ଟ ସିରିଜ ପୂର୍ବରୁ ଗୋଟିଏ କଥା ତ ସ୍ପଷ୍ଟ ଥିଲା ଯେ, ଏହି ସିରିଜର ନାଁ ଏବେ ପଟୌଦୀ ଟ୍ରଫି ହେବ ନାହିଁ। ରିପୋର୍ଟରେ ଦାବି କରାଯାଉ ଥିଲା ଯେ, ଏହି ସିରିଜର ନାଁ ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ଇଂଲଣ୍ଡର ମହାନ ଦ୍ରୁତ ବୋଲର ଜେମସ୍ ଆଣ୍ଡରସନଙ୍କ ନାଁ ଅନୁସାରେ ରଖାଯିବ। ଏହା ମଧ୍ୟ ଦାବି କରାଯାଉଥିଲା ଯେ , ଉକ୍ତ ସିରିଜର ନାଁ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ହେବ, କିନ୍ତୁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍‌ ବୋର୍ଡ ( ଇସିବି) ଏହାର ନାଁରେ କିଛି ପରିବର୍ତ୍ତନ କରିଛି। ଇସିବି ଓ ବିସିସିଆଇ ମିଶି ଏହାକୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛନ୍ତି। 

ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ପ୍ରତି ଟେଷ୍ଟ ସିରିଜକୁ ଏବେଠାରୁ ଆମେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି କହିବା। ସଚିନ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନ ନୂଆ ଟ୍ରଫିର ଉନ୍ମୋଚନ ମଧ୍ୟ କରି ଦେଇଛନ୍ତି। ଏହା ବ୍ୟତୀତ ଏହି କଥା ମଧ୍ୟ ଅଫିସିଆଲି ସ୍ପଷ୍ଟ ହୋଇ ଯାଇଛି ଯେ,ପଟୌଦୀ ପରିବାରର ସମ୍ମାନାର୍ଥେ ଏହି ଟ୍ରଫିକୁ ବିଜେତା ଅଧିନାୟଙ୍କ ପଟୌଦୀ ପଦକ ଦିଆଯିବ। କେବଳ ଇଂଲଣ୍ଡରେ ହିଁ ନୁହେଁ, ଭାରତରେ ମଧ୍ୟ ଏହି ନାଁରେ ଏହି ଟ୍ରଫି ଜଣାଯିବ ଏବଂ ବିଜେତା ଅଧିନାୟକଙ୍କୁ ପଟୌଦୀ ମେଡାଲ ମିଳିବ।

ଇସିବି ମିଡ଼ିଆ ରିଲିଜରେ କହିଛି , ଆଣ୍ଡରସନ – ତେନ୍ଦୁଲକର ଟ୍ରଫି, ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟରେ ଏକ ମିଳିତ ପ୍ରୟାସ , ଯାହା ଏବେ ଇଂଲଣ୍ଡ ଓ ଭାରତ ମଧ୍ୟରେ ହେବାକୁ ଥିବା ସବୁ ଭବିଷ୍ୟତର ଟେଷ୍ଟ ସିରିଜର ପ୍ରତିନିଧିତ୍ୱ କରିବ। ଏହା ପୂର୍ବରୁ ଇଂଲଣ୍ଡରେ ଟେଷ୍ଟ ସିରିଜ ପଟୌଦୀ ଟ୍ରଫି ଓ ଭାରତରେ ଟେଷ୍ଟ ସିରିଜ ଏନ୍ଥନୀ ଡି ମେଲୋ ଟ୍ରଫିର ନାଁରେ ଜଣାଶୁଣା ଥିଲା। ହେଲେ ଏବେ ଦୁଇ ଦେଶରେ ସିରିଜ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ହେବ।

ଆପଣଙ୍କୁ କହି ରଖୁଛୁ କି, ଉକ୍ତ ଟ୍ରଫିରେ ଆଣ୍ଡରସନ ଓ ତେନ୍ଦୁଲକରଙ୍କର ଆକ୍ସନର ଫଟୋ ରହିଛି, ଏହାସହ ତାଙ୍କର ସ୍ୱାକ୍ଷର ମଧ୍ୟ ଖୋଦିତ ହୋଇଛି। ଏହା ଖେଳର ସବୁଠୁ ଦୁଇ ମହାନ ଖେଳାଳିଙ୍କ ପାଇଁ ବିସିସିଆଇ ଓ ଇସିବି ପକ୍ଷରୁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.