ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୦.୯୯ ପ୍ରତିଶତ ମତଦାନ : ସମ୍ବଲପୁରରେ ସର୍ବାଧିକ, ଭୁବନେଶ୍ୱରରେ ସବୁଠୁ କମ୍‌

Published By : Prameya-News7 Bureau | May 26, 2024 IST

ଭୁବନେଶ୍ୱର ୨୬।୦୫: ଓଡ଼ିଶାର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଶେଷ ହୋଇଛି ମତଦାନ। ୭୦.୯୯ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ୱେବସାଇଟରୁ ସୂଚନା ମିଳିଛି । ସମ୍ବଲପୁର ଲୋକସଭା ଆସନରେ ସର୍ବାଧିକ ୭୬.୬୩ ପ୍ରତିଶତ ମତଦାନ ହୋଇଛି । 

ସେହିପରି ଭୁବନେଶ୍ବର ଲୋକସଭା ଆସନରେ ସବୁଠୁ କମ ୬୨ ପ୍ରତିଶତ ମତଦାନ ହୋଇଛି । EVMରେ ସିଲ୍ ହୋଇଯାଇଛି ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ। ଭୁବନେଶ୍ବର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝର ଲୋକସଭା କ୍ଷେତ୍ରରେ ନେତା ବାଛିଛନ୍ତି ମତଦାତା। ପୋଲିସର କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ଇଭିଏମ୍। ଷ୍ଟ୍ରଙ୍ଗ ରୁମ୍ ଚାରିପଟେ ଜେଡ୍ ପ୍ଲସ ସୁରକ୍ଷା ରହିଛି। ଭୁବନେଶ୍ଵରରେ ଥିବା ୫ ଟି ନିର୍ବାଚନ ମଣ୍ଡଳୀର ଇଭିଏମ୍ ବିଜେବି କଲେଜ୍ ଷ୍ଟ୍ରଙ୍ଗ ରୁମ୍ ରେ ରଖାଯାଇଛି। ଷ୍ଟ୍ରଙ୍ଗ ରୁମ୍ ଜଗିଛନ୍ତି ବିଏସଏଫ ଯବାନ। ତ୍ରିସ୍ତରୀୟ ସୁରକ୍ଷା ବଳୟ ସହ ଦିଆଯାଇଛି ଜେଡ୍ ପ୍ଲସ ସିକ୍ୟୁରିଟି। ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.