ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଏନ୍‌କାଉଣ୍ଟର, ଟପ୍ ମାଓ ନେତା ଭାସ୍କର ନିହତ

Published By : Prameya-News7 Bureau | June 06, 2025 IST

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଶୁକ୍ରବାର ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଏହି ବଡ଼ ଏନକାଉଣ୍ଟର ହୋଇଛି । ଏଥିରେ ତେଲଙ୍ଗାନାର ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ମାଲିରାପୁ ଆଡ଼ଲୁ ତଥା ଭାସ୍କର ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି । ପୂର୍ବରୁ ଏହି ୫୩ ବର୍ଷୀୟ ହାର୍ଡକୋର ମାଓ ନେତାକୁ ଗିରଫ କରିବା ଲାଗି ତେଲେଙ୍ଗାନା, ଆନ୍ଧ୍ର ଓ ଛତିଶଗଡ଼ ସରକାର ଲକ୍ଷା ଧିକ ଟଙ୍କା ମଧ୍ୟ ଘୋଷଣା କରିଥିବା ଜଣା ପଡ଼ିଛି । ତେବେ ଜାତୀୟ ଉଦ୍ୟାନ ଘଞ୍ଚ ଜଙ୍ଗଲ ସହ ପାହାଡ଼ି ଅଞ୍ଚଳ ହୋଇଥିବାରୁ ସେଠାରେ ବହୁ ସଂଖ୍ୟାରେ ମାଓବାଦୀଙ୍କ ଉପସ୍ଥିତି ରହିଥିବା ସୂଚନା ମିଳିଛି । ଗୁଇନ୍ଦା ସୂଚନା ପାଇ ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ମିଳିତ ଅପରେସନ । 

ପୂର୍ବରୁ ଗୁରୁବାର ଏକ କୋଟି ଟଙ୍କାର ପୁରସ୍କାର ରାଶି ଥିବା କେନ୍ଦ୍ରୀୟ କମିଟି ସଦସ୍ୟ ତଥା ବାଲକ୍ରିଷ୍ଣ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନକୁ ପୁଣି ଥରେ ଲଞ୍ଚ୍ କରାଯାଇଛି । ଏହି ଅପରେସନରେ ବିଶେଷ କରି ଡିଆରଜି, ଏସଟିଏଫ ଏବଂ କୋବ୍ରାର ଏକ ମିଳିତ ବାହିନୀକୁ ସେହି ଅଞ୍ଚଳକୁ ପଠାଯାଇଛି । ପ୍ରାଥମିକ ରିପୋର୍ଟରୁ ଜଣେ ମାଓନେତା ମୃତ୍ୟୁ ବରଣ କରିଥିବା ବେଳେ ତାହା ନିକଟରୁ ଏକେ-୪୭ ସହ ଅନେକ ମାଓ ସାମଗ୍ରୀକୁ ମଧ୍ୟ ଠାବ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.