ନୂଆଦିଲ୍ଲୀ ୮।୫: ଭାରତ-ପାକିସ୍ତାନ ଉତ୍ତେଜନା ଦୃଷ୍ଟିରୁ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ଗୁରୁବାର ରାତିରେ ପାକିସ୍ତାନ ଜମ୍ମୁ ସମେତ କେତେକ ସୀମାବର୍ତ୍ତି ଅଞ୍ଚଳରେ ଆକ୍ରମଣ ଉଦ୍ୟମ କରିଥିଲା। ତେବେ ଭାରତୀୟ ସେନା ପାକିସ୍ତାନର ଉଦ୍ୟମ ପଣ୍ଡ କରିଦେଇଛି। ଏଥିରେ ପାକିସ୍ତାନ ପଞ୍ଜାବର ସରଗୋଦାରେ ଗୋଟିଏ ଏଫ-୧୬ ଓ ଜୈସାଲମେରରେ୨ଟି ଜେଏଫ-୧୭ ବିମାନ ହରାଇଛି।
ଆଜି ସନ୍ଧ୍ୟାର ଏହି ଘଟଣା ପରେ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ଓ ବିହାରରେ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଧିକାରୀକ ନୋଟିସ ଜାରି କରାଯାଇଛି। ଏଥିରେ ଉପୁଜିଥିବା ପରିସ୍ଥିତିରେ ଜରୁରିକାଳୀନ ପ୍ରତିକ୍ରିୟା ପ୍ରଣାଳୀକୁ ପ୍ରସ୍ତୁତ ରଖିବା ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ଜମ୍ମୁ-କାଶ୍ମୀର, ପଞ୍ଜାବ, ଜୈସାଲମେର ଓ ଅନ୍ୟ ସ୍ଥାନମାନଙ୍କରେ କ୍ଷେପଣାସ୍ତ୍ର, ଡ୍ରୋନ ଓ ରକେଟ ମାଡ କରିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସରକାରଙ୍କ ପକ୍ଷରୁ ଅଧିକାରୀକ ନୋଟିସ୍ ଜାରି କରାଯାଇଛି।