‘ହାପି ନ୍ୟୁ ଇୟର’ – ନିରୁତା ଖୁସି ଆଣୁ ୨୦୨୬

NEWS7
elon-musks-x-is-down-people-joking-by-mems

ଶୁଭରେ ଶୁଭରେ କଟିଯାଉ ନୂଆ ବରଷ

ଆସୁ ଧରି ସୌଭାଗ୍ୟ ସହ ସମୃଦ୍ଧି

ପ୍ରାଣେ ପ୍ରାଣେ ଭରି ସଂପ୍ରୀତି ସୋହାଗ

ଜୀବନେ ହସି ଉଠୁ ସୁଖର ଶିରୀ

ଭୁବନେଶ୍ୱର: ସରିଗଲା ପୁରୁଣା ବର୍ଷର ଆୟୁଷ । ଘଣ୍ଟାର ଡିସେମ୍ୱର ୩୧ ରାତି ୧୨ ହେବା ସହ ମେଲାଣି ନେଇଛି ବର୍ଷ ୨୦୨୫ । ୩୬୫ ଦିନ ରହିବା ପରେ କାନ୍ଥରୁ ହଟିଯାଇଛି ୨୦୨୫ର କ୍ୟାଲେଣ୍ଡର । ଡିସେମ୍ୱର ଶୀତୁଆ ରାତିରେ ଜିରୋ ନାଇଟ୍ ସେଲିବ୍ରେସନ କରି ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱୂବାସୀ । ପୁରୁଣା ବର୍ଷର ଦୁଃଖକୁ ଭୁଲି ନୂଆବର୍ଷ କେମିତି ଭଲରେ କଟିବ ସେନେଇ ସଂକଳ୍ପ ନେଇଛନ୍ତି ସମସ୍ତେ । ଆଉ ଆରମ୍ଭ ହୋଇଛି ନୂଆ ବର୍ଷର ନୂଆ ଦିନ ।

ଜିରୋ ନାଇଟ୍ ସେଲିବ୍ରେସନରେ କମ୍ପିଲା ଗାଁରୁ ସହର । ବିଭିନ୍ନ ହୋଟେଲ ଓ ପବରେ ଜମିଥିଲା ଭିଡ଼ । ରାତି ୧୨ଟାରେ ପରସ୍ପରକୁ ନବ ବର୍ଷର ଶୁଭେଛା ଜଣାଇଛନ୍ତି । ଗତ ବର୍ଷର କଷ୍ଟକୁ ଭୁଲି ନୂଆବର୍ଷ ଯେପରି ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେବ, ସେନେଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସହ HAPPY NEW YEAR କହି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।

୨୦୨୬ ଅନେକଙ୍କ ମନରେ ନୂତନ ଆଶା ଭରିଦେଇଛି । ୨୦୨୫ କାହା ପାଇଁ ଖୁସି, କାହା ପାଇଁ ଦୁଃଖ, କାହା ପାଇଁ ସଫଳତା ତ’ କାହା ପାଇଁ ବିଫଳତାରେ ବିତିଛି । ୨୦୨୫ରେ ଘଟିଥିବା ସୁନ୍ଦର ସ୍ମୃତିକୁ ଧରି ଜୀବନ ବିତାଇବାକୁ ଚାହୁଁଛି ତ’ ଆଉ କିଏ ବିତି ଯାଇଥିବା ଦୁଃଖର ମୁହୁର୍ତ୍ତକୁ ମନରୁ ହଟାଇବାକୁ ଆଗକୁ ପାଦ ଦେବାକୁ ଚାହୁଁଛି। ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ଆଗକୁ ବଢ଼ିବା ପାଇଁ ବର୍ଷ ଆରମ୍ଭରେ ସଂକଳ୍ପ ନେଇଛନ୍ତି ଲୋକେ ।