ଖୁବଶୀଘ୍ର ଭାରତରେ ମିଳିପାରେ ଷ୍ଟାରଲିଙ୍କର ଇଣ୍ଟରନେଟ ସେବା, ମସ୍କଙ୍କ କମ୍ପାନିକୁ ମିଳିଲା ଆଉ ଏକ ଲାଇସେନ୍ସ

Published By : Prameya-News7 Bureau | June 06, 2025 IST

ନୂଆଦିଲ୍ଲୀ: ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇବା ଦିଗରେ ଆଉ ପାଦେ ଆଗେଇଛି ଷ୍ଟାରଲିଙ୍କ୍‌। ଏଲନ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କ୍‌କୁ ଟେଲିକମ ମନ୍ତ୍ରଣାଳୟରୁ ମିଳିଛି ଗ୍ଲୋବାଲ ମୋବାଇଲ ପର୍ସନାଲ କମ୍ୟୁନିକେସନ ବାୟ ସାଟେଲାଇଟ ବା GMPCS ଲାଇସେନ୍ସ। ଏହା ପୂର୍ବରୁ ଗତ ମାସରେ ଷ୍ଟାରଲିଙ୍କକୁ ଲେଟର ଅଫ୍‌ ଇଣ୍ଟେଣ୍ଟ ମିଳିସାରିଛି।

ଏମିତିରେ ଏବେ କେବଳ କମ୍ପାନିକୁ IN-SPACeରୁ ଅନ୍ତିମ ଆପ୍ରୁଭାଲର ଆବଶ୍ୟକତା ରହିଛି। ଆପ୍ରୁଭାଲ ମିଳିବା ପରେ ଭାରତରେ ସାଟେଲାଇଟ ଆଧାରିତ ଇଣ୍ଟରନେଟ ସର୍ଭିସ ଷ୍ଟାରଲିଙ୍କର ବ୍ୟବହାର କରିପାରିବେ କିନ୍ତୁ। ଅବଶ୍ୟ ଏହା କେବେ ହେବ ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଥାଉକି, ପୂର୍ବରୁ OneWeb ଏବଂ Relianceକୁ ମଧ୍ୟ ଏହି ଲାଇସେନ୍ସ ମିଳିସାରିଛି। ଅର୍ଥାତ ଷ୍ଟାରଲିଙ୍କ ଏହି ଲାଇସେନ୍ସ ପାଇବାରେ ତୃତୀୟ କମ୍ପାନି। ଷ୍ଟାରଲିଙ୍କ କମ୍ପାନିର ସର୍ଭିସ ବର୍ତ୍ତମାନ ୧୦୦ରୁ ଅଧିକ ଦେଶରେ ସକ୍ରିୟ ଅଛି। ଏହି କମ୍ପାନିର ଉଦ୍ଦେଶ୍ୟ ଲେଟେନ୍ସୀ ବ୍ରଡବ୍ୟାଣ୍ଡ ଦ୍ବାରା ଦ୍ରୁତ ଇଣ୍ଟରନେଟ ସେବା ପ୍ରଦାନ କରିବା। ରିପୋର୍ଟ ଅନୁଯାୟୀ, ଭାରତରେ ଷ୍ଟାରଲିଙ୍କ ପ୍ରାରମ୍ଭିକ ଭାବରେ ପ୍ରାୟ ୮୪୦ ଟଙ୍କାରେ ଆରମ୍ଭ କରିପାରେ।

ଉଲ୍ଲେଖଯୋଗ୍ୟ, ଭାରତରେ ଏବେବି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ଭିତ୍ତିଭୂମିର ଅଭାବ ଯୋଗୁ ଇଣ୍ଟରନେଟ ପହଞ୍ଚିପାରିନାହିଁ। କିନ୍ତୁ ଷ୍ଟାରଲିଙ୍କ ଏବଂ ଅନ୍ୟ କମ୍ପାନିଙ୍କ ଆସିବା ପରେ ଏଭଳି ଅଞ୍ଚଳରେ ମଧ୍ୟ ଲୋକଙ୍କୁ ଇଣ୍ଟରନେଟ ମିଳିପାରିବ। ଏହି ତିନି କମ୍ପାନିଙ୍କ ବ୍ୟତୀତ ଆମାଜନ ମଧ୍ୟ Kuiper ପ୍ରୋଜେକ୍ଟ ସହ ସାଟେଲାଇଟ ଇଣ୍ଟରନେଟ ଦେବା ପାଇଁ ଲାଇସେନ୍ସ ଏବଂ ଆପ୍ରୁଭାଲରେ ପାଇଁ ପ୍ରଚେଷ୍ଟା ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.