ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସ୍ଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ବଢୁଥିବା ଲଢେଇ ଏବେ ଥଣ୍ଡା ପଡ଼ିବା ନଜର ଆସୁଛି। ଗୁରୁବାର ଟ୍ରମ୍ପଙ୍କ ଉପରେ ବ୍ୟକ୍ତିଗତ ହମଲା କହି ମସ୍କ ଅଭିଯୋଗ ଲଗେଇ ଥିଲେ ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ଏପଷ୍ଟିନ୍ ଫାଇଲ୍ସରେ ଥିଲା, ଏଥିପାଇଁ ଏହି ସବୁ ଫାଇଲକୁ କେବେ ସାର୍ବଜନିକ କରାଯାଇ ନାହିଁ। ଏବେ ଦୁଇ ଦିନ ପରେ ମସ୍କ ନିଜର ଏକ୍ସ ହ୍ୟାଣ୍ଡଲରୁ ସେ ପୋଷ୍ଟ ହଟେଇ ଦେଇଛନ୍ତି।
ଆମେରିକାର ଏହି ଦୁଇ ବଡ଼ ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ସେହି ସମୟରେ ସାର୍ବଜନିକ ହୋଇଯାଇ ଥିଲା, ଯେବେ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇ ଥିବା ବିଗ୍ ବ୍ୟୁଟିଫୁଲ୍ ବିଲ୍ର ସମାଲୋଚନା କରିବା ଆରମ୍ଭ କରି ଦେଇ ଥିଲେ। ଏହାର କିଛି ଦିନ ପରେ ମସ୍କଙ୍କୁ ଡୋଗେର ପ୍ରମୁଖ ପଦରୁ ହଟେଇ ଦିଆ ଯାଇଥିଲା। ହେଲେ , ସୂଚନା ମୁତାବିକ ମସ୍କଙ୍କର ହଟିବା ପୂର୍ବରୁ ହିଁ ସ୍ଥିର ଥିବା ମନେକରାଯାଉ ଥିଲା। ପ୍ରାରମ୍ଭରେ ଉଭୟଙ୍କ ମଧ୍ୟରେ ମାମଲାର ସମାଧାନ ହୋଇଥିଲା, କିନ୍ତୁ ମସ୍କ ପୁଣି ଥରେ ସାର୍ବଜନିକ ଭାବେ ଟ୍ରମ୍ପଙ୍କ ଏହି ବିଲ୍କୁ ସମାଲୋଚନା କରିଥିଲେ।
ମସ୍କଙ୍କୁ ଜବାବ ଦେଇ ଟ୍ରମ୍ପ କହିଥିଲେ ମସ୍କଙ୍କ ପ୍ରତି ସେ ଖୁବ୍ ନିରାଶ । ଏହାପରେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ପାଲଟା ଆକ୍ରମଣ ଚାଲିଲା । ଏହି ସମୟରେ ମସ୍କ ଟ୍ରମ୍ପଙ୍କ ଉପରେ ବ୍ୟକ୍ତିଗତ ହମଲା କରି ଅଭିଯୋଗ ଲଗେଇ ଥିଲେ କି ଟ୍ରମ୍ପ ନିଜର ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲେ ଯେ ,ଏପଷ୍ଟିନ୍ର ଫାଇଲକୁ ସାର୍ବଜନିକ କରାଯିବ...କିନ୍ତୁ ସେ ଏମିତି କରି ନାହାନ୍ତି , କାରଣ ଆମେରିକା ରାଷ୍ଟ୍ରପତିଙ୍କର ନାଁ କୁଖ୍ୟାତ ଯୌନ ଅପରାଧି ଜେଫ୍ରି ଏପଷ୍ଟିନ୍ର ଫାଇଲରେ ଥିଲା। ଏହା କାରଣରୁ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିବା ପରେ ମଧ୍ୟ ଏପଷ୍ଟିନର ଫାଇଲକୁ ସାର୍ବଜନିକ କରି ନଥିଲେ।