ରାଜ୍ୟସଭା ନିର୍ବାଚନ: ବିଜେଡି-କଂଗ୍ରେସର ସମୀକରଣକୁ ନେଇ ନିରଞ୍ଜନ ମାରିଲେ ତେରେଛା ବାଣ

NEWS7
elephant-teeth-and-nails-of-leopard-siezed

ଭୁବନେଶ୍ୱର ୦୬/୦୩: ରାଜ୍ୟସଭା ନିର୍ବାଚନରେ ବିଜେଡି-କଂଗ୍ରେସର ସମୀକରଣକୁ ନେଇ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ବଡ଼ ବୟାନ । କହିଛନ୍ତି ସବୁ ଦଳରେ ସୁବିଧା ଅନୁସାରେ ହୁଏ ସମୀକରଣ । ଏବେ ଆବଶ୍ୟକ ଅନୁସାରେ ହୋଇଛି ବିଜେଡି-କଂଗ୍ରେସ ସମୀକରଣ । ପୂର୍ବରୁ ବିଜେପିର ବଳ ନଥିଲା, ଏବେ ବିଜେପିର ବଳ ବଢ଼ିଛି ବୋଲି ନିରଞ୍ଜନ ଶୁଣାଇଦେଇଛନ୍ତି ।

ରାଜନୈତିକ ଆବଶ୍ୟକତା ଦୃଷ୍ଟିରୁ ବିଜେଡି କଂଗ୍ରେସ ଏକ ହୋଇଛନ୍ତି । ଅତୀତରେ ଘୋଡ଼ା ବେପାର ହୋଇଛି, ଏବେ ହୋଇନପାରେ । କଂଗ୍ରେସ ଭୋଟ୍ ନ ଭାଙ୍ଗିପାରେ, ବିଜେଡିର ଭାଙ୍ଗିପାରେ । ବିଜେଡି ଭିତରେ ଅଧିକ ଅସନ୍ତୋଷ ଅଛି । କଂଗ୍ରେସ-ବିଜେଡି ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ ଅଛି । ଟଙ୍କା ଖେଳ ହେଲେ କିଛି ବଦଳିପାରେ ।ଟଙ୍କା ପାଇଁ ସମସ୍ତଙ୍କର ଲୋଭ ଅଛି, ତେଣୁ କିଛି ବି ହୋଇପାରେ ।