ବଣାଇ ୧୧।୧୨ : ଜଙ୍ଗଲ ଛାଡି ସହରରେ ବୁଲୁଛି ଦନ୍ତା । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହରରେ ବୁଲୁଛି ଗୋଠ ଛଡ଼ା ହାତୀ । ଯାହାକୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି ।
ଖବର ଅନୁଯାୟୀ, ଗତ କିଛି ଦିନ ହେବ ବଣାଇ ଅଞ୍ଚଳରେ ଗୋଟେ ହାତୀ ଉତ୍ପାତ କରୁଥିବା ବେଳେ ଆଜି ହାତୀଟି ବଣେଇ ସହରର ମୁଖ୍ୟ ରାସ୍ତାକୁ ଚାଲିଆସିଛି । ଯାହାକୁ ଦେଖି ଲୋକ ଭୟଭୀତ ହୋଇଯାଇଛନ୍ତି । ତେବେ ହାତୀଟି ସହରରେ ବୁଲୁଥିବା ଦେଖି ଆକ୍ସନକୁ ଆସିଛି ବନବିଭାଗ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଚେଷ୍ଟ କରୁଛି । ବର୍ତ୍ତମାନ ହାତୀଟି ଦେଓଗାଁ ଅଞ୍ଚଳରେ ରହିଛି ।