ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ଇସି ନୋଟିସ୍; ଏପ୍ରିଲ୍ ୨୯ରେ ଜବାବ ରଖିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ୍ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଏହି ନୋଟିସ୍ ଲାଗିଛି । ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଉଭୟ ଦଳ ଧର୍ମ, ଜାତି, ସମ୍ପ୍ରଦାୟ ଏବଂ ଭାଷାକୁ ଭିତ୍ତି କରି ଭୋଟ୍ ମାଗୁଥିବା ଅଭିଯୋଗ ହୋଇଛି । ଏହା ସହିତ ଲୋକଙ୍କ ମଧ୍ୟରେ ଅସହିଷ୍ଣୁତା ମନୋଭାବ ସୃଷ୍ଟି କରୁଛନ୍ତି ଏବଂ ବିଭାଜନକାରୀ ଓ ଉତ୍ତେଜିତ କଲା ଭଳି ଭାଷଣ ଦେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆକ୍ସନକୁ ଆସିଛନ୍ତି ନିର୍ବାଚନ କମିଶନ । ଆସନ୍ତା ଏପ୍ରିଲ୍ ୨୯ ତାରିଖ ସକାଳ ୧୧ଟା ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ  ।   

ନିର୍ବାଚନ ଆୟୋଗ ଜନ ପ୍ରତିନିଧିତ୍ବ ଅଧିନିୟମ ଧାରା ୭୭କୁ ଲାଗୁ କରିଛନ୍ତି । ଏହି ନିୟମ ଆଧାରରେ ବିଭିନ୍ନ ରାଜନୈତିକ ଦଳ ମାନଙ୍କର ଷ୍ଟାର ପ୍ରଚାରକଙ୍କ ବ୍ୟବହାର ପାଇଁ ପାର୍ଟି ଅଧ୍ୟକ୍ଷ ଦାୟୀ ରହିବେ ବୋଲି କୁହାଯାଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ପରେ ନିର୍ବାଚନ ଆୟୋଗ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲାକାର୍ଜୁନ ଖଡଗେଙ୍କୁ ୨୯ ତାରିଖ ଦିନ ୧୧ଟା ସୁଦ୍ଧା ଜବାବ ରଖିବାକୁ କହିଛନ୍ତି । ଇସିଆଇ କହିଛନ୍ତି, ବଡ଼ ପଦରେ ବସିଥିବା ନେତାଙ୍କ ନିର୍ବାଚନୀ ଭାଷଣ ଅତ୍ୟନ୍ତ ଗମ୍ଭୀର । 

ପ୍ରଧାନମନ୍ତ୍ରୀ ମୋଦି ଏପ୍ରିଲ୍ ୨୧ ତାରିଖରେ ରାଜସ୍ଥାନ ବାଂଶଓ୍ବାଡାରେ ନିର୍ବାଚନୀ ପ୍ରଚାର ବେଳେ କହିଥିଲେ, ଯଦି କଂଗ୍ରେସ ଶାସନ କ୍ଷମତା ଆସେ, ତେବେ ଲୋକଙ୍କ ସମ୍ପତ୍ତି ଛୋଟ ପିଲାଙ୍କର ମଧ୍ୟରେ ବାଣ୍ଟି ଦେବେ । ଏହା ସହିତ ସେ କହିଥିଲେ, କଂଗ୍ରେସ ସରକାରକୁ ଆସିଲେ ମା’-ଭଉଣୀଙ୍କ ସୁନା ଅଳଙ୍କାରର ହିସାବ କରାଯିବ । ଏହି ପିଏମ୍ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହକୁ ନେଇ ଟିପ୍ପଣୀ ଦେଇଥିଲେ । ଯେଉଁଥିରେ ପିଏମ୍ କହିଥିଲେ, ଦେଶ ସମ୍ପଳର ପ୍ରଥମ ଅଧିକାର ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକଙ୍କ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଟିପ୍ପଣୀକୁ ନେଇ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା ଏବଂ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ଅଭିଯୋଗ କରିଥିଲା ।

ସେପଟେ ଭାରତୀୟ ଜନତା ପାର୍ଟି ମଧ୍ୟ କଂଗ୍ରେସ ରାହୁଲ ଗାନ୍ଧିଙ୍କ ବିରୋଧ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ନିଜ ରାଲିରେ ଭାଷା ଏବଂ ଶବ୍ଦକୁ ବ୍ୟବହାର କରିଥିଲେ । ବିଜେପି ଅଭିଯୋଗ କରିଛି, ରାହୁଲ ଗାନ୍ଧି ତାମିଲନାଡୁରେ ଭାଷା ଆଧାରରେ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ । ରାହୁଲ ଗାନ୍ଧି ଭାଷା ଆଧାରରେ ଦେଶକୁ ଉତ୍ତର-ଦକ୍ଷିଣ ଭାରତ କହି ଭାଗ କରିବାକୁ ପ୍ରାୟସ କରୁଥିଲେ । ତେଣୁ ତାଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି ।

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.