ନୂଆଦିଲ୍ଲୀ ୮।୮: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୁରୁବାର ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୁରୁତ୍ତର ଅଭିଯୋଗ ଆଣିଥିଲେ। ରାହୁଲ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିଶନ ବିଜେପି ସହ ମିଶି ଦେଶରେ ଭୋଟ ଚୋରି କରିଥିବା ଅଭିଯୋଗ କରିଥିଲେ। ରାହୁଲଙ୍କ ଏହି ଭୋଟ ଚୋରି ଅଭିଯୋଗ ପରେ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ହରିୟାଣା ରାଜ୍ୟର ନିର୍ବାଚନ ଆୟୋଗ ତାଙ୍କୁ ପ୍ରମାଣ ଉପସ୍ଥାପନ କରିବା ସହ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।
ଶୁକ୍ରବାର ବେଙ୍ଗାଲୁରୁରେ ‘ଭୋଟ ଅଧିକାର’ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧି ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଅଭିଯୋଗ ଦୋହରାଇବା ସହିତ ଭୋଟର ଲିଷ୍ଟ ଅଭିଯୋଗ ଉପରେ ଆଫିଡେଭିଟ ଦାଖଲ ପାଇଁ ଆଦେଶକୁ ନେଇ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ଯେ ସେମାନେ କହୁଛନ୍ତି ମୋତେ ଶପଥପାଠ ଦାଖଲ କରିବାକୁ ପଡିବ। ତେବେ ମୁଁ ସଂସଦରେ ସମ୍ବିଧାନର ଶପଥ ଗ୍ରହଣ କରିଛି।
चुनाव आयोग मुझसे हलफनामा मांगता है। वो कहता है कि मुझे शपथ लेनी होगी। मैंने संसद में संविधान की शपथ ली है।
— Congress (@INCIndia) August 8, 2025
आज जब देश की जनता हमारे डेटा को लेकर सवाल पूछ रही है तो चुनाव आयोग ने वेबसाइट ही बंद कर दी।
चुनाव आयोग जानता है कि जनता उनसे सवाल पूछने लगी तो उनका पूरा ढांचा ढह जाएगा।… pic.twitter.com/AjBKv6M69H
ରାହୁଲ କହିଛନ୍ତି ଯେ ଆମର ତଥ୍ୟକୁ ନେଇ ଯେତେବେଳେ ଦେଶବାସୀ ପ୍ରଶ୍ନ କରିବା ଆରମ୍ଭ କଲେ ନିର୍ବାଚନ ଆୟୋଗ ତାଙ୍କ ୱେବସାଇଟକୁ ବି ବନ୍ଦ କରିଦେଲେ। ନିର୍ବାଚନ ଆୟୋଗ ଜାଣିଛନ୍ତି ଯଦି ଜନତା ପ୍ରଶ୍ନ କରିବାକୁ ଲାଗିବେ ତେବେ ତାଙ୍କର ପୁରା ସଂରଚନା ହିଁ ଭୁଶୁଡ଼ି ପଡିବ। ରାହୁଲ ନିର୍ବାଚନ ଆୟୋଗଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଆମକୁ ଦେଶର ଇଲେକ୍ଟ୍ରୋନିକ ଭୋଟର ଲିଷ୍ଟ ଦିଅନ୍ତୁ, ନିର୍ବାଚନ ସମ୍ପର୍କିତ ଭିଡିଓ ଗ୍ରାଫି ଆମକୁ ଦିଅନ୍ତୁ। ଆମେ ପ୍ରମାଣ କରିଦେବୁ ଅନିୟମିତତା ହୋଇଛି କି ନାହିଁ।
ରାହୁଲ କହିଛନ୍ତି ଯେ ନିର୍ବାଚନ ଆୟୋଗ ଓ ବିଜେପି ଯଦି ଭାବୁଥାନ୍ତି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରି ବର୍ତ୍ତି ଯିବେ, ତେବେ ସେମାନେ ଭୁଲ ଭାବୁଛନ୍ତି। ଏଥି ପାଇଁ ହୁଏତ ସମୟ ଲାଗିପାରେ, ହେଲେ ଆମେ ସମସ୍ତଙ୍କୁ ଧରିବୁ ଓ ଜଣ ଜଣ କରି ନିଶ୍ଚିତ ଧରିବୁ ବୋଲି ରାହୁଲ କହିଛନ୍ତି।