ନୂଆଦିଲ୍ଲୀ ୮।୮: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ୫ ପ୍ରଶ୍ନର ଚ୍ୟାଲେଞ୍ଜକୁ ବିସ୍ତୃତ ଖଣ୍ଡନ କରିଛନ୍ତି, ଯାହା ଗାନ୍ଧି ଦିନବେଳା ଏକ ରାଲିରେ ଉଠାଇଥିଲେ। ଏଥିରେ ସେ ନିର୍ବାଚନ ଆୟୋଗଙ୍କ ଉପରେ ପାତର ଅନ୍ତର ଓ କ୍ଷମତାସୀନ ପାର୍ଟିକୁ ବଞ୍ଚାଉଥିବାର ଅଭିଯୋଗ କରିଥିଲେ। ଇସିଆଇ #ECIFactCheckରେ ପ୍ରତିକ୍ରିୟା ଦେଇ ରାହୁଲଙ୍କ ଅଭିଯୋଗକୁ ‘ଭ୍ରମାତ୍ମକ’ କହି ଅଗ୍ରାହ୍ୟ କରିଦେଇଛନ୍ତି।
ଏହା ଛଡା ଇସିଆଇ ରାହୁଲ ଗାନ୍ଧିଙ୍କ ବିରୋଧରେ କୌଣସି ଅଧିକାରୀକ ଅଭିଯୋଗ ପ୍ରକ୍ରିୟା ଅଥବା ଆଇନଗତ ଉପାୟ ଅବଲମ୍ବନ ନ କରି ସାର୍ବଜନିକ ଦାବି କରିବାର ଅଭିଯୋଗ ଆଣିଛନ୍ତି। ରାହୁଲ ଗାନ୍ଧି ଏକ୍ସ ରେ ଏକ ପୋଷ୍ଟ ମାଧ୍ୟମରେ ଶୁକ୍ରବାର କର୍ଣ୍ଣାଟକ ବେଙ୍ଗାଲୁରୁରେ ଆୟୋଜିତ ତାଙ୍କ ରାଲିର ଭିଡିଓ ସେୟାର କରିଥିଲେ। ଲେଖିଥିଲେ ନିର୍ବାଚନ ଆୟୋଗ ଆପଣଙ୍କୁ
चुनाव आयोग, 5 सवाल हैं - देश जवाब चाहता है:
— Rahul Gandhi (@RahulGandhi) August 8, 2025
1. विपक्ष को डिजिटल वोटर लिस्ट क्यों नहीं मिल रही? क्या छिपा रहे हो?
2. CCTV और वीडियो सबूत मिटाए जा रहे हैं - क्यों? किसके कहने पर?
3. फर्जी वोटिंग और वोटर लिस्ट में गड़बड़ी की गई - क्यों?
4. विपक्षी नेताओं को धमकाना, डराना - क्यों?… pic.twitter.com/P0Wf4nh5hc
୫ଟି ପ୍ରଶ୍ନ- ଦେଶ ଜବାବ ମାଗୁଛି।
୧-ବିରୋଧୀ ଦଳଙ୍କୁ ଡିଜିଟାଲ ଭୋଟର ସୂଚୀ କାହିଁକି ମିଳୁନି? ଆପଣ କ’ଣ ଲୁଚାଉଛନ୍ତି?
୨-ସିସିଟିଭି ଓ ଭିଡିଓ ପ୍ରମାଣ ନଷ୍ଟ କରାଯାଉଛି, କାହିଁକି?କାହା ଆଦେଶରେ?
୩-ନକଲୀ ମତଦାନ ଓ ଭୋଟର ସୂଚୀ ସହ ଟାମ୍ପରିଂ କାହିଁକି?
୪-ବିରୋଧୀ ଦଳ ନେତାଙ୍କୁ ଧମକାଇବା ଓ ଡରା ଯାଉଛି କାହିଁକି?
୫-ଆମକୁ ସ୍ପଷ୍ଟ ଭାବେ କହନ୍ତୁ ନିର୍ବାଚନ ଆୟୋଗ ବିଜେପିର ଏଜେଣ୍ଟ ପାଲଟିଯାଇଛନ୍ତି କି?
❌ The statements made are Misleading #ECIFactCheck
— Election Commission of India (@ECISVEEP) August 8, 2025
✅Read in detail in the image given👇 https://t.co/K1sKq1DvbU pic.twitter.com/tdqudyoXU2
ନିର୍ବାଚନ ଆୟୋଗଙ୍କ ପ୍ରତିକ୍ରିୟା
ରାହୁଲ ଗାନ୍ଧିଙ୍କ ପୋଷ୍ଟକୁ ହାସଟ୍ୟାଗ୍ #ECIFactCheckରେ ଦ୍ୱିତୀୟବାର ସେୟାର କରି ନିର୍ବାଚନ ଆୟୋଗ କହିଛନ୍ତି କଂଗ୍ରେସ ନେତାଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଭ୍ରମାତ୍ମକ। ତେବେ ୫ଟି ପ୍ରଶ୍ନର ଜବାବ ନିମ୍ନରେ ଦିଆଗଲା।
୧-ମେସିନ ଦ୍ୱାରା ପଢାଯାଇ ପାରୁଥିବା ଭୋଟର ଲିଷ୍ଟ ଉପଲବ୍ଧ କରିବା ଲାଗି କଂଗ୍ରେସର ଆବେଦନକୁ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ କମଲନାଥ ବନାମ ନିର୍ବାଚନ ଆୟୋଗ ୨୦୧୯ରେ ଖାରଜ କରିଦେଇଥିଲେ।
୨-କୌଣସି ପୀଡି଼ତ ପ୍ରାର୍ଥୀ ୪୫ ଦିନ ମଧ୍ୟରେ ସମ୍ବଦ୍ଧିତ ଉଚ୍ଚନ୍ୟାୟାଳୟରେ ତାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିବା ପାଇଁ ନିର୍ବାଚନ ପିଟିସନ (ଇପି) ରୁଜୁ କରିପାରନ୍ତି। ଯଦି ଇପି ରୁଜୁ ହୋଇଥାଏ ତେବେ ଭିଡିଓ ଫୁଟେଜ ସୁରକ୍ଷିତ ରଖାଯାଏ ଅନ୍ୟଥା ଏହାର କୌଣସି ଉଦ୍ଦେଶ୍ୟ ନାହିଁ, ଯେଉଁ ପର୍ଯ୍ୟନ୍ତ କୌଣସି ଭୋଟରଙ୍କ ଗୋପନୀୟତା ଭଙ୍ଗ କରିବାର ଉଦ୍ଦେଶ୍ୟ ନଥାଏ। ଉଦାହରଣ ରୂପେ ୧ ଲକ୍ଷ ମତଦାନ କେନ୍ଦ୍ରର ସିସିଟିଭି ଫୁଟେଜ୍ ସମୀକ୍ଷା ଲାଗି ୧ ଲକ୍ଷ ଦିନ ଲାଗିବ। ଅର୍ଥାତ ପାଖାପାଖି ୨୭୩ ବର୍ଷ ଓ ଏଥିରୁ କୌଣସି ଆଇନଗତ ଫଳାଫଳ ବାହାରିବାର ସମ୍ଭାବନା ମଧ୍ୟ ନାହିଁ।
୩-ଲୋକସଭା ୨୦୨୪ ଭୋଟର ଲିଷ୍ଟ ପ୍ରସ୍ତୁତି କାଳରେ ସମସ୍ତ ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ କଂଗ୍ରେସ ଦ୍ୱାରା ଜନପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୨୪ରେ କୌଣସି ଆବେଦନ ରୁଜୁ ହୋଇ ନାହିଁ।
୪- ରାହୁଲ ଗାନ୍ଧିଙ୍କ ଦ୍ୱାରା ଏପରି ଅନେକ ଅଭିଯୋଗ କରାଯାଉଛି ଯାହା ମିଡିଆ ରିପୋର୍ଟରେ ଆସୁଛି। ହେଲେ ଏ ନେଇ କୌଣସି ସ୍ଥାନରେ ଲିଖିତ ଅଭିଯୋଗ ଏପର୍ଯ୍ୟନ୍ତ ରୁଜୁ ହୋଇ ନାହିଁ। ଅତୀତରେ ମଧ୍ୟ ସେ କେବେ ବ୍ୟକ୍ତିଗତ ରୂପେ ତାଙ୍କ ସ୍ୱ ହସ୍ତଲିଖିତ ପତ୍ର ପଠାଇ ନାହାନ୍ତି। ଉାଦହରଣ ରୂପେ ସେ ୨୦୨୪ରେ ମହାରାଷ୍ଟ୍ର ପ୍ରସଙ୍ଗ ଉଠାଇଥିଲେ। ଏହା ପରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଜଣେ ଓକିଲ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖିଥିଲେ। ଆମର ୨୪ ଡିସେମ୍ବର ୨୦୨୪ର ଜବାବ ଆୟୋଗର ୱେବସାଇଟରେ ସାର୍ବଜନିକ ରୂପେ ଉପଲବ୍ଧ। ତଥାପି ଗାନ୍ଧି କହୁଛନ୍ତି ନିର୍ବାଚନ ଆୟୋଗ କେବେ ଜବାବ ଦେଇ ନାହାନ୍ତି।
ଏଣୁ :
କ- ରାହୁଲ ଗାନ୍ଧି ଯଦି ତାଙ୍କ ବିଶ୍ଲେଷଣ ଉପରେ ବିଶ୍ୱାସ କରୁଥାନ୍ତି ଓ ଭାବୁଛନ୍ତି ନିର୍ବାଚନ କର୍ମଚାରୀଙ୍କ ବିରୋଧରେ ତାଙ୍କ ଅଭିଯୋଗ ସତ୍ୟ ତେବେ ସେ ନିର୍ଦ୍ଧିଷ୍ଟ ମତଦାତାଙ୍କ ବିରୋଧରେ ଦାବି ଓ ଆପତ୍ତି ପ୍ରସ୍ତୁତ କରିବା ପାଇଁ ମତଦାତା ପଞ୍ଜିକରଣ ନିୟମ ୧୯୬୦ର ନିୟମ ୨୦(୩) (ଖ)ଅନୁସାରେ ତାଙ୍କୁ କୌଣସି ଘୋଷଣା/ଶପଥ ପତ୍ରରେ ସ୍ୱାକ୍ଷର କରିବାରେ କୌଣସି ସମସ୍ୟା ହେବା ଉଚିତ ନୁହେଁ।
ଖ- ଯଦି ରାହୁଲ ଗାନ୍ଧି ଘୋଷଣା ପତ୍ରରେ ସ୍ୱାକ୍ଷର ନ କରନ୍ତି ତେବେ ଏହାର ଅର୍ଥ ହେବ ତାଙ୍କ ବିଶ୍ଲେଷଣ ଓ ନିଷ୍କର୍ସରେ ବିଶ୍ୱାସ ନାହିଁ ଓ ସେ ଅର୍ଥହୀନ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଦେଶକୁ କ୍ଷମା ମାଗିବା ଉଚିତ।
ନିର୍ବାଚନ ଆୟୋଗ ତାଙ୍କ ପୋଷ୍ଟରେ ଲେଖିଛନ୍ତି ‘ପ୍ରେସ କନଫରେନ୍ସରେ ଉଠାଇଥିବା ସେହି ସବୁ ପ୍ରସଙ୍ଗ ଉପରେ ଘୋଷଣା ପତ୍ରରେ ସ୍ୱାକ୍ଷର କରନ୍ତୁ ଯାହାକୁ ଆପଣ ଉଚିତ ମାନୁଛନ୍ତି, ନଚେତ ଦେଶକୁ କ୍ଷମା ମାଗନ୍ତୁ’। ଶୁକ୍ରବାର ବେଙ୍ଗାଲୁରୁରେ ଭୋଟ ଅଧିକାର ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧି କହିଛନ୍ତି ଯେ ‘ସେ ସଂସଦରେ ସମ୍ବିଧାନ ରକ୍ଷାର ଶପଥ ଗ୍ରହଣ କରିଛନ୍ତି’।