ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ

Published By : Prameya-News7 Bureau | July 28, 2025 IST

ଭୁବନେଶ୍ୱର ୨୮।୦୭ : ସୁବର୍ଣ୍ଣରେଖାରେ ଜଳ ସ୍ତର ହ୍ରାସ ପାଉଛି । ଏବେ ହ୍ରାସ ପାଇ ୯.୮୦ ମିଟର ଅଛି । ଯାହା ବିପଦ ସଂକେତ ତଳେ ରହିଛି । ଅପରାହ୍ନରେ ସତର୍କ ସଂକେତ ତଳକୁ ବି ପଳେଇବ। ପାଣି ନିଷ୍କାସନ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଳକା ସତର୍କ ସଂକେତ ପାଖାପାଖି ଅଛି । ବୈତରଣୀ ଆଖୁଆପଦା ଠାରେ ବିପଦ ସଂକେତ ତଳେ ଅଛି । ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ । ତଳିଆ ଅଞ୍ଚଳରୁ ପାଣି ଧୀରେ ଧୀରେ ବାହାରିବ । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ଘାଇ ହୋଇନାହିଁ । କେବଳ ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକର ଲେଦାର ଜମ୍ଭିରା ଠାରେ ଏକ ଘାଇ ହୋଇଥିଲା । ହୀରାକୁଦରେ ୨୦ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ୩.୧୭ ଲକ୍ଷ ସେନସସ୍ ପ୍ରବେଶ କରି ୩.୪୫ ଲକ୍ଷ ସେନସସ୍ ନିଷ୍କାସନ ହେଉଛି । ଏହା ମୁଣ୍ଡଳୀରେ ୫.୧୮ ଲକ୍ଷ ସେନସସ୍ ପ୍ରଭାବିତ ହେଉଛି । ଯାହା ବନ୍ୟା ନୁହେଁ. ବ୍ରାହ୍ମଣୀ ରେଙ୍ଗାଳିର ତିନୋଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଯାହା ହ୍ରାସ ପାଉଛି, ତାହା ବ୍ରାହ୍ମଣୀ ଜେନାପୁରରେ ବି ବିପଦ ସଂକେତ ତଳେ ଅଛି । ବୁଢ଼ାବଳଙ୍ଗକୁ ବି ବିପଦ ନାହିଁ. ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଚାରୋଟି ବ୍ଲକ ଯେପରି ଜଳେଶ୍ୱର, ଭୋଗରାଇ, ବସ୍ତା ବାଲିଆପାଳ ପ୍ରଭାବିତ ହୋଇଛି । ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ରହି ବନ୍ୟା ସ୍ଥିତି ନିରୀକ୍ଷଣ କରୁଛନ୍ତି । ଭଦ୍ରକର ଧାମନଗର, ତିହିଡି ଓ ଯାଜପୁରର ଦଶରଥପୁରରେ ପାଣି ପଶିଥିଲା ।ଆଖୁଆପଦା ଠାରେ ବିପଦ ସଂକେତ ତଳକୁ ଆସିବା ପରେ, ଧୀରେ ଧୀରେ ସ୍ଥିତି ସାମାନ୍ୟ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.