୨୦ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ, ଲୋକସେବା ଭବନରେ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

NEWS7
egg-crisis-in-usa-is-now-serious-talking-with-lithuaniya

ଭୁବନେଶ୍ୱର ୦୭/୦୨: ଆଜି ବଜେଟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ୧୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୨୦ରେ ଉପସ୍ଥାପନ କରାଯିବ ରାଜ୍ୟ ବଜେଟ୍ । ଲୋକସେବା ଭବନରେ ଆଜି ଅପରାହ୍ନ ୩ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ବଜେଟ୍ ସମୀକ୍ଷା । ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ଖର୍ଚ୍ଚ ନେଇ ଆଲୋଚନା । ୨୦୨୬-୨୭ ବଜେଟ ପ୍ରସ୍ତାବକୁ ନେଇ ବିଭିନ୍ନ ବିଭାଗ ସହ ଚର୍ଚ୍ଚା । ମୁଖ୍ୟ ଶାସନ ସଚିବଙ୍କ ସମେତ ସବୁ ବିଭାଗର ସଚିବମାନେ ହେବେ ଉପସ୍ଥିତ ।

also read..

​​​​​​​ପ୍ରାକ୍ ବଜେଟ ପରାମର୍ଶ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, କହିଲେ - ଚଳିତ ବଜେଟ୍ ‘ଲୋକଙ୍କ ବଜେଟ’ ଭାବେ ପ୍ରସ୍ତୁତ କରାଯିବ

ଆସନ୍ତା ୧୭ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଏପ୍ରିଲ୍‌ ୮ ତାରିଖ ଯାଏଁ ହେବାକୁ ଥିବା ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ। ଏଥିରେ ମୋଟ ୨୮ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୭ରୁ ୨୪ ତାରିଖ ଯାଏଁ ହେବ। ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହେବ। ଫେବ୍ରୁଆରି ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଆଗତ ହେବ। ବିଜେପି ସରକାରର ଏହା ତୃତୀୟ ପୂର୍ଣ୍ଣାଙ୍ଗ ବଜେଟ ହେବ।  

ଫେବ୍ରୁଆରି ୧୭ ତାରିଖରେ ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିବେ। ୧୮ ଓ ୧୯ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ଆଲୋଚନା ହେବ। ୨୦ ତାରିଖରେ ବଜେଟ ଆଗତ ହେଲା ପରେ ୨୩ ଓ ୨୪ ତାରିଖରେ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ। ମାର୍ଚ୍ଚ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବ।