ଚଣ୍ଡିଖୋଲରେ ବନ୍ଦର ପ୍ରଭାବ : ଜାତୀୟ ରାଜପଥ ଅବରୋଧ, ଦୋକାନ ବଜାର ବନ୍ଦ

Published By : Prameya-News7 Bureau | July 17, 2025 IST

ଚଣ୍ଡିଖୋଲ ୧୭୭: କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଚଣ୍ଡିଖୋଲ ଛକରେ ବଡ଼ଚଣା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜାତୀୟ ରାଜପଥରେ ସମସ୍ତ ଗାଡ଼ି ଅଟକି ରହିଛି । ଚଣ୍ଡିଖୋଲ ଛକରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । କଂଗ୍ରେସ ସହ ଅନ୍ୟ ବାମପନ୍ଥୀ ଦଳ ମାନେ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଯେଉଁ ଅଭାବନୀୟ ଘଟଣା ଘଟିଛି ଏହାର ନ୍ୟାୟିକ ତଦନ୍ତ ଦାବି କରିବା ସହ ଏହି ଘଟଣାରେ ଯେଉଁ ମାନଙ୍କ ସଂପୃକ୍ତି ରହିଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କଂଗ୍ରେସ ଦାବି କରିଛି । ଚଣ୍ଡିଖୋଲ ଛକ ସମେତ ବଡ଼ଚଣା ବ୍ଲକ୍‌ର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଛି । 

You Can Read:

ବନ୍ଦ ବେଳେ ନିଆରା ଦୃଶ୍ୟ, ଗୋଲାପ ଫୁଲ ଦେଇ ଘରକୁ ଫେରିଯିବାକୁ କହିଲେ କଂଗ୍ରେସ କର୍ମୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.