RCBର ଐତିହାସିକ ବିଜୟ; ଟ୍ବିଟ୍ କଲେ ପୂର୍ବ ମାଲିକ ବିଜୟ ମାଲ୍ୟା, ଲେଖିଲେ ‘ଇ ସାଲା କପ୍ ନମଦେ...’

Published By : Prameya-News7 Bureau | June 04, 2025 IST

ନୂଆଦିଲ୍ଲୀ ୦୪।୦୬: IPL ୨୦୨୫ ସିଜିନ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମଥର ହାତେଇଲା ଆଇପିଏଲ୍‌ ଟ୍ରଫି । RCBର ପ୍ରଥମ ବିଜୟ ପରେ ଖୁସି ବ୍ୟକ୍ତ କରିଛନ୍ତି ଦଳର ପୂର୍ବତନ ମାଲିକ ବିଜୟ ମାଲ୍ୟା । ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଶେଷରେ RCB ୧୮ବର୍ଷ ପରେ ହୋଇଛି IPL ଚାମ୍ପିଅନ ।

ବିଜୟ ମାଲ୍ୟା ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଏହି ସିଜନରେ ପୁରା RCB ଟିମ୍‌ କରିଥିଲେ ଚମତ୍କାର ପ୍ରଦର୍ଶନ । ଏକ ସନ୍ତୁଳିତ ଟିମ୍‌ ପ୍ଲେ ବୋଲ୍ଡର ଭାବନା ସହିତ ଖେଳିଥିଲେ । ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫଙ୍କର ମଧ୍ୟ  ଏଥିରେ ବହୁତ ବଡ଼ ଅବଦାନ ରହିଛି । ଏହାସହିତ ସେ କହିଛନ୍ତି ଯେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ! ଇ ସାଲା କପ୍ ନାମଦେ..

ଏକ ଅଲଗା ପୋଷ୍ଟରେ ବିଜୟ ମାଲ୍ୟା ଲେଖିଛନ୍ତି ଯେ ମୁଁ RCB ପ୍ରତିଷ୍ଠା କରିବା ପରଠାରୁ, ଏହା ମୋର ସ୍ୱପ୍ନ ଥିଲା ଯେ IPL ଟ୍ରଫି ବାଙ୍ଗାଲୋରକୁ ଆସୁ । ମୋତେ ଦଳରେ ଯୁବ ବିରାଟ କୋହଲିଙ୍କୁ ସାମିଲ କରିବାର ସୌଭାଗ୍ୟ ମିଳିଥିଲା ଏବଂ ଏହା ବହୁତ ଖାସ୍‌ କଥା ଯେ ସେ ଦଳ ସହିତ ସମ୍ପୂର୍ଣ୍ଣ ୧୮ ବର୍ଷ ବିତାଇଛନ୍ତି । ସେ ଆହୁରି କହିଛନ୍ତି, "ମୁଁ ୟୁନିଭର୍ସ ବସ୍ କ୍ରିସ୍ ଗେଲ୍ ଏବଂ ମିଷ୍ଟର 360 ଏବି ଡିଭିଲିୟର୍ସଙ୍କ ପରି କିମ୍ବଦନ୍ତୀ ଖେଳାଳିଙ୍କୁ ଚୟନ କରିବାର ଗୌରବ ମଧ୍ୟ ପାଇଲି । ଯେଉଁମାନେ ସବୁବେଳେ RCB ଇତିହାସର ଏକ ଅଂଶ ରହିବେ।

ଏହା ସହିତ, ମାଲ୍ୟା ଟିମ୍‌, ପ୍ରଶିକ୍ଷକ କର୍ମଚାରୀ ଏବଂ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ, "ଶେଷରେ ଟ୍ରଫି ବାଙ୍ଗାଲୋରକୁ ଆସିଛି। ଏହି ସ୍ୱପ୍ନକୁ ସାକାର କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ । RCB ଫ୍ୟାନ୍ସ ବିଶ୍ୱର ସର୍ବୋତ୍ତମ ପ୍ରଶଂସକ ଏବଂ ସେମାନେ ଏହି ଟ୍ରଫିର ହକ୍‌ଦାର୍‌ ଥିଲେ।

କହିରଖୁ କି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୮ ବର୍ଷ ପରେ IPL ଟାଇଟଲ୍ ଜିତିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ RCB ପଞ୍ଜାବକୁ ୬ ରନରେ ପରାସ୍ତ କରିଥିଲା । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି RCB ୨୦ ଓଭରରେ ନଅ ୱିକେଟ୍ ହରାଇ ୧୯୦ ରନ କରିଥିଲା। ଜବାବରେ ପଞ୍ଜାବର ୭ ୱିକେଟ୍ ହରାଇ କେବଳ ୧୮୪ ରନ କରିପାରିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.