Live Live
LIVE

ହାଣ୍ଡିଶାଳ ଟଳମଳ, ଗ୍ୟାସ ବଢ଼ିଲା, ଏଣେ ବଢ଼ି ଚାଲିଛି ଖାଇବା ତେଲ ଦାମ୍

NEWS7
ed-raids-ease-my-trip-in-mahadev-betting-app-case

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦଶମ ଦିନରେ ପହଞ୍ଚିଥିବା ବେଳେ ଏବେ ବିଶ୍ବବ୍ୟାପୀ ଆର୍ଥିକ ସ୍ଥିତିକୁ ଏହା ଦୋହଲାଇବାରେ ଲାଗିଲାଣି। ଭାରତରେ ଏହାର ପ୍ରଭାବ ପଡ଼ିନାହିଁ ବୋଲି କହିହେବ ନାହିଁ। ଯୁଦ୍ଧର ପ୍ରଭାବ ପେଟ୍ରୋଲ ଡିଜେଲ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏଣେ ବଜାରରେ ଖାଇବା ତେଲର ଦାମ୍ ହୁ ହୁ ହୋଇ ବଢ଼ିଚାଲିଲାଣି। ଯୁଦ୍ଧ ପାଇଁ ଦର ବଢୁଥିବା କହିଛି ଓଡ଼ିଶା ବ୍ୟବସାୟୀ ସଂଘ।

ହାଣ୍ଡିଶାଳ ଟଳମଳ। ଯୁଦ୍ଧ ପାଇଁ ହାଣ୍ଡିଶାଳରେ ହେଲାଣି ମହଙ୍ଗାମାଡ଼। ଗ୍ୟାସ ବଢ଼ିଲା, ଏଣେ ବଢ଼ି ଚାଲିଛି ଖାଇବା ତେଲ ଦାମ୍। ବିଶେଷ କରି ରିଫାଇନ ତେଲର ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି। ସୂର୍ଯ୍ୟମୁଖୀ ଓ ପାମୋଲିନ ତେଲର ଲିଟର ପିଛା ଦର ୧୫ରୁ ୨୦ ଟଙ୍କା ଯାଏଁ ବଢ଼ିଗଲାଣି। ରାସ୍ତାକଡ଼ରେ ଜଳଖିଆ ଦୋକାନ କରିଥିବା ଦୋକାନୀମାନେ ଏହାଦ୍ବାରା ବେଶୀ ପ୍ରଭାବିତ ହେଲାଣି। ଯେଉଁ ତେଲ ଟିଣ ପିଛା ୨୧୮୦ ଟଙ୍କା ଥିଲା ତାହା ଏବେ ୨୨୭୦ ଟଙ୍କାରେ ପହଞ୍ଚିଛି । ଯାହାର ବୋଝ ବୁଲିକି ଗ୍ରାହକଙ୍କ ପାଖକୁ ଯିବ ନିଶ୍ଚୟ।

Also read: ଯୁଦ୍ଧ ବଢ଼ାଉଛି ଚିନ୍ତା, ଏଲପିଜିକୁ ନେଇ ସରକାରଙ୍କ ପୁଣି ବଡ଼ ନିଷ୍ପତ୍ତି

ତେବେ ଯୁଦ୍ଧ ପାଇଁ ସେ ତେଲ ଦର ସିନା ବଢ଼ିବ ବୋଲି ଅନେକ ଆଶଙ୍କା କରୁଥିଲେ ଏବେ ଏ ତେଲ ବଢ଼ିଲା କାହିଁକି ? କାରଣ ହେଉଛି ୬୦ ପ୍ରତିଶତ ଖାଇବା ତେଲ ଭାରତ ଆମଦାନୀ କରିଥାଏ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ଆମଦାନୀ ସାମଗ୍ରୀ ଦର ବଢୁଛି। ୨- ପେଟ୍ରୋଲ ଡିଜେଲ ସଙ୍କଟର ଆଶଙ୍କା ଯୋଗୁଁ ବାୟୋଫୁଏଲର ଚାହିଦା ବଢାଉଛି। ତେଣୁ କମ୍ପାନିଗୁଡ଼ିକ ଖାଇବା ତେଲ ମହଜୁଦ କରିବା ଚକ୍କରରେ ରହିଲେଣି। ୩- ଯେଉଁସବୁ ଦେଶରେ ସୂର୍ଯ୍ୟମୁଖୀ, ସୋୟାବିନ ଉତ୍ପାଦନ ହୋଇଥାଏ ସେଠାରେ ସଙ୍କଟ ଦେଖାଦେଇଛି, ବିଶେଷ କରି ଯୁଦ୍ଧ ପାଇଁ ୟୁକ୍ରେନ ଏବଂ ମରୁଡ଼ି ପାଇଁ ଆର୍ଜେଣ୍ଟିନାରେ ତୈଳ ଉତ୍ପାଦନ ଗୁରୁତର ପ୍ରଭାବିତ ହୋଇଛି। । ୪- ଭାରତରେ ଏବେବି ତୈଳବୀଜ ଉତ୍ପାଦନ ଯଥେଷ୍ଟ ନୁହେଁ। ୫- ଏଥର ନଡ଼ିଆ ଉତ୍ପାଦନ ମଧ୍ୟ ହ୍ରାସ ପାଇବା ଖାଇବା ତେଲ ଯୋଗାଣକୁ ପ୍ରଭାବିତ କରିଛି। ଏଭଳି କାରଣ ପାଇଁ ସାରା ଦେଶରେ ଖାଇବା ତେଲରେ ଚାହିଦା ଏବଂ ଯୋଗାଣରେ ତାଳମେଳ ତ୍ରୁଟି ଦେଖାଦେଇଛି।

Also read: ୧ ଟଙ୍କାରେ ମିଳିବ ଦାମୀ ଜୋତା, ବିଜ୍ଞାପନ ପରେ ଅସମ୍ଭାଳ ଭିଡ଼, ଲାଠିଚାର୍ଜ ପରେ ଦଳାଚକଟା

ହୋଲସେଲ ରେଟ ବଢିଥିବାରୁ ବର୍ଦ୍ଧିତ ରେଟ ରେ ଗ୍ରାହକ ଙ୍କୁ ଦେଉଥିବା କହିଛନ୍ତି ରିଟେଲରମାନେ। ଓଡ଼ିଶା ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ବର୍ତ୍ତମାନ ରାଜ୍ୟରେ ୧୫ରୁ ୨୦ ଦିନ ପାଇଁ ଯଥେଷ୍ଟ ଷ୍ଟକ ରହିଛି। ଆମଦାନୀ ସ୍ଥାନ ରୁ ଠିକ ସମୟରେ ନ ଆସିଲେ ଏହା ଆଗକୁ ଅସୁବିଧା ସୃଷ୍ଟି କରିପାରେ। ରାଜ୍ୟରେ ରିଫାଇନ ତେଲ କୁ ଛାଡ଼ି ଦେଲେ ସୋରିଷ ତେଲ ଓ ବାଦାମ ତେଲ ରେଟ କମିଛି। ତେଣୁ ଭୟଭୀତ ହୋଇ ଅଧିକ କିଣାକିଣି କରନ୍ତୁ ନାହିଁ। କଳାବଜାରୀଙ୍କ ଉପରେ ନଜର ରଖନ୍ତୁ।