ନୂଆଦିଲ୍ଲୀ : ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି। ଏହା ବ୍ୟତୀତ ଇଡି ରବର୍ଟ ଭଦ୍ରାଙ୍କ ୪୩ଟି ସଂପତ୍ତିକୁ ମଧ୍ୟ ଜବତ କରି ନେଇଛି, ଯାହାର ମୂଲ୍ୟ ପାଖାପାଖି ୩୬କୋଟି ଟଙ୍କା ଥିବା କୁହାଯାଇଛି। ଶିକୋହପୁର ଲ୍ୟାଣ୍ଡ ଡିଲ୍ କେସ୍ରେ ହିଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇଡି ଶିକୋହପୁର ଲ୍ୟାଣ୍ଡ ଡିଲ୍ କେସ୍ରେ ହିଁ ଚାର୍ଜସିଟ୍ ଫାଇଲ କରିଛି। ଏହି ମାମଲାରେ ମନି ଲଣ୍ଡରିଂର ମଧ୍ୟ ଅଭିଯୋଗ ରହିଛି ଏବଂ ଏହାର ଯାଞ୍ଚ ପାଇଁ ହିଁ ଇଡିକୁ ଦାୟିତ୍ୱ ପ୍ରଦାନ କରାଯାଇ ଥିଲା। ଏହି ଚାର୍ଜସିଟ୍ରେ ରବର୍ଟ ଭଦ୍ରାଙ୍କ ବ୍ୟତୀତ ଆଇ କିଛି ଲୋକ ଏବଂ କମ୍ପାନୀର ନାଁ ମଧ୍ୟ ସାମିଲ ଅଛି। ଏହି ମାମଲା ଗୁରୁଗ୍ରାମ୍ର ଶେଖୋପୁରରେ ହୋଇଥିବା ଲ୍ୟାଣ୍ଡ ଡିଲ୍ର ଅଛି , ଯେଉଁଥିରେ ଡିଏଲଏଫ୍କୁ ଜମି ଟ୍ରାନ୍ସଫର କରାଯାଇ ଥିଲା।
ଏହି ପୂରା ମାମଲା ହରିଆଣାର ମାନେସର-ଶିକୋହପୁରର ଲ୍ୟାଣ୍ଡ ଡିଲ୍ର , ଯେଉଁଠି ବର୍ତ୍ତମାନ ଏବେ ଗୁରୁଗ୍ରାମର ସେକ୍ଟର-୮୩ ଅବସ୍ଥିତ। ଏହି ଲ୍ୟାଣ୍ଡ ଡିଲ୍ ୨୦୦୮ରେ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ର ନାମରେ ହୋଇଥିଲା। ଏହି କମ୍ପାନୀରେ ରବର୍ଟ ପ୍ରଥମେ ଡାଇରେକ୍ଟର ଥିଲେ। ୩.୫ ଏକରର ଜମି ଓଙ୍କାରେଶ୍ୱର ପ୍ରପର୍ଟିଜ୍ ଠାରୁ ପ୍ରାୟ ୭.୫ କୋଟି ଟଙ୍କାରେ କିଣା ଯାଇଥିଲା। ସତେବେଳେ କଂଗ୍ରେସର ସରକାର ଥିଲା ଏବଂ ଭୂପିନ୍ଦର ସିଂହ ହୁଡ୍ଡା ସିଏମ୍ ଥିଲେ। ଏହି ଜମିକୁ ସେପ୍ଟେମ୍ୱର ୨୦୧୨ ରେ କମ୍ପାନୀ ଡିଏଲଏଫ୍କୁ ୫୮ କୋଟି ଟଙ୍କାରେ ବିକ୍ରି କରିଥିଲା। ଉଲ୍ଲେଖନୀୟ ଯେ, ଏହି ମାମଲା ସେତେବେଳେ ଚର୍ଚ୍ଚାରେ ଥିଲା , ଯେତେବେଳେ ୨୦୧୨ ରେ ଆଇଏଏସ୍ ଅଧିକାରୀ ଅଶୋକ ଖେମକା ଏହି ଲ୍ୟାଣ୍ଡ ଡିଲ୍ର ମ୍ୟୁଟେସନ ଅର୍ଥାତ୍ ଦାଖଲ ଖାରଜ ବାତିଲ କରିଦେଇ ଥିଲେ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରବର୍ଟ ଭଦ୍ରାଙ୍କୁ ୧୪ ଜୁଲାଇରେ ମଧ୍ୟ ୫ଘଣ୍ଟା ଯାଏ ପଚରାପଚରି କରିଥିଲା। ଏହି ପଚରାପଚରି ଇଡି ଲଣ୍ଡନ ସ୍ଥିତ ଆର୍ମ୍ସ କନ୍ସଲଟାଣ୍ଟ ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡ଼ିତ ମନି ଲଣ୍ଡରିଂ ସହ ଜଡ଼ିତ କେସ୍ରେ କରିଥିଲା। ସେ ସକାଳ ସମୟ ପାଖାପାଖି ୧୧ ଟାରେ ଇଡିର ଅଫିସରେ ପହଞ୍ଚି ଥିଲେ ଏବଂ ୪ଟା ପରେ ସେଠାରୁ ବାହିରି ଥିଲେ। ରବର୍ଟ ଭଦ୍ରାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଇଡି ଅଫିସ୍ ପର୍ଯ୍ୟନ୍ତ ଯାଇ ଥିଲେ। ତାଙ୍କର ବୟାନ ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ, ରୁଜୁ କରାଯାଇ ଥିଲା। ଇଡିର କହିବାର ଥିଲା ଯେ, ତାଙ୍କୁ ପୁଣି ଥରେ ଡକାଯାଇ ପାରେ , କାରଣ ଅନେକ ମାମଲାରେ ରବର୍ଟ ଭଦ୍ରା ଖୋଲାଖୋଲି ଜବାବ ଦେଇ ନାହାନ୍ତି। ଇଡିର କରିବାର ଥିଲା ଯେ, ସଞ୍ଜୟ ଭଣ୍ଡାରୀ ଓ ତାଙ୍କ ପରିବାରର ଲୋକଙ୍କ ସଂପର୍କକୁ ନେଇ ରବର୍ଟ ଭଦ୍ରାଙ୍କ ପକ୍ଷରୁ ସନ୍ତୋଷଜନକ ଜବାବ ମିଳି ନାହିଁ।
ରବର୍ଟ ଭଦ୍ରାଙ୍କୁ ଏହା ପୂର୍ବରୁ ଜୁନ୍ରେ ମଧ୍ୟ ଦୁଇ ଥର ପଚରାପଚରି ପାଇଁ ଡକାଯାଇ ଥିଲା। କିନ୍ତୁ ସେ ଅସୁସ୍ଥ ହେବାର କଥା କହି ସମନକ ସ୍ଥଗିତ କରିବାକୁ ଦାବି କରିଥିଲେ। ଏହା ବ୍ୟତୀତ ସେ ସ୍ଥାନୀୟ କୋର୍ଟଙ୍କ ମଞ୍ଜୁରୀରେ ବିଦେଶ ଯିବା କଥା ମଧ୍ୟ କହିଥିଲେ । କହି ରଖୁଛୁ କି, ରବର୍ଟ ଭଦ୍ରାଙ୍କ ବିରୋଧରେ ତିନୋଟି ଅଲଗା ଅଲଗା କେସ୍ ରେ ଇଡି ପକ୍ଷରୁ ଯାଞ୍ଚ ଚାଲିଛି।ଏଥିରୁ ଦୁଇଟି କେସ୍ ଜମି କାରବାରରେ ଆର୍ଥିକ ଅନିୟମିତତାକୁ ନେଇ ରହିଛି। କହି ରଖୁଛୁ କି ହରିଆଣାର ଶେଖୋପୁରର ଲ୍ୟାଣ୍ଡ ଡିଲ୍ କେସ୍ରେ ଏଜେନ୍ସି ଭଦ୍ରାଙ୍କୁ ଅପ୍ରେଲ୍ରେ ଲଗାତାର ତିନି ଦିନ ଯାଏ ପଚରାପଚରି କରିଥିଲା। ଏହି କେସ୍ରେ ଏବେ ଇଡି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି।