ଅର୍ଥନୈତିକ ସର୍ଭେ ରିପୋର୍ଟ: ଓଡ଼ିଶାର ଅଭିବୃଦ୍ଧି ହାର ୭.୨% ଆକଳନ, ମୁଣ୍ଡପିଛା ଆୟରେ ଦେଶରେ ୧୧ମ ସ୍ଥାନରେ

Published By : Prameya-News7 Bureau | February 15, 2025 IST

ଭୁବନେଶ୍ଵର: ବଜେଟ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ୨୦୨୪-୨୫ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ବିଧାନସଭାରେ ଆଗତ ହୋଇଛି। ଓଡ଼ିଶାର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବା ଆକଳନ କରାଯାଇଛି। ଓଡ଼ିଶାର ଅଭିବୃଦ୍ଧି ହାର ୭.୨% ରହିଥିବା ବେଳେ ଭାରତର ଅଭିବୃଦ୍ଧି ହାର ୬.୪% ରହିଛି। 

ସର୍ବଭାରତୀୟ ସ୍ତରରେ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ଆକଳନ କରାଯାଇଛି। ଓଡ଼ିଶା ଅର୍ଥନୀତିର ଆକାର ୧୦% ବଢ଼ି ୯.୫ ଲକ୍ଷ କୋଟିରେ ପହଞ୍ଚିଛି। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଯୋଗଦାନ ପ୍ରାୟ ୧୯% ରହିଥିବା ବେଳେ କୃଷି ଓ ଆନୁସଙ୍ଗିକ ଅଭିବୃଦ୍ଧି ହାର ୩.୩% ରହିଛି ଯାହା ସର୍ବଭାରତୀୟ ସହ ପ୍ରାୟ ସମାନ। ଶିଳ୍ପକ୍ଷେତ୍ରରେ ଯୋଗଦାନ ୪୪% ରହିଥିବା ବେଳେ ଅଭିବୃଦ୍ଧି ହାର ୬.୧% ରହିଛି। 

Also read: ପୂର୍ବ ସରକାରର ସଫଳତାର ଶ୍ରେୟ ନେବାକୁ ଚେଷ୍ଟା କରୁଛି ଡବଲ ଇଞ୍ଜିନ ସରକାର: ନବୀନ

ସେବା କ୍ଷେତ୍ରରେ ଯୋଗଦାନ ୩୭% ରହିଥିବା ବେଳେ  ଅଭିବୃଦ୍ଧି ୧୦% ଆକଳନ କରାଯାଇଛି। ରାଜ୍ୟର ବାର୍ଷିକ ମୁଣ୍ଡ ପିଛା ଆୟ ୧୦.୬% ବଢ଼ି ୧.୮୩ ଲକ୍ଷରେ ପହଞ୍ଚିଛି। ମୁଣ୍ଡ ପିଛା ଆୟ ହିସାବରେ ଦେଶରେ ଏକାଦଶ ସ୍ଥାନରେ ରହିଛି ଓଡ଼ିଶା। ୨୦୨୫ ଜାନୁୟାରୀ ମୁଦ୍ରାନୀତିର ବିବୃତ୍ତି ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଦ୍ରାସ୍ପିତୀ ହାର ୪.୮ ପ୍ରତିଶତ ରହିବ, ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ୫.୪% ଥିଲା । ସ୍ୱାଭାବିକ ମୌସୁମୀ ରହିଲେ ୨୦୨୫-୨୬ରେ ମୁଦ୍ରାସ୍ପୀତି ହାର ୪.୨ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିବା ଏହି ସର୍ଭେ ରିପୋର୍ଟରେ ସରକାର ଦର୍ଶାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.